ଭୁବନେଶ୍ବର ରେଳ ଷ୍ଟେସନକୁ ‘ଇଟ୍ ରାଇଟ୍ ଷ୍ଟେସନ’ ମାନ୍ୟତା

0 81

ଭୁବନେଶ୍ବର ୨୩।୧୨: ଇଟ୍ ରାଇଟ୍ ଷ୍ଟେସନ ମାନ୍ୟତା ପାଇଲା ଭୁବନେଶ୍ବର ରେଳ ଷ୍ଟେସନ ।  ଭୁବନେଶ୍ବର ଷ୍ଟେସନକୁ ଦେଶର ଷଷ୍ଠ ଇଟ୍ ରାଇଟ୍ ଷ୍ଟେସନ ଭାବେ ମାନ୍ୟତା ଦେଇଛି ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ- FSSAI । ଭୁବନେଶ୍ବର ଷ୍ଟେସନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ନିରାପତ୍ତା କମିଶନର ଯାମିନୀ ଷଡ଼ଙ୍ଗୀଙ୍କଠାରୁ ଇଟ୍ ରାଇଟ୍ ଷ୍ଟେସନ ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି ଖୋର୍ଦ୍ଧା ରୋଡ଼ ରେଲୱେ ଡିଆରଏମ୍ ରିଙ୍କେଶ ରାୟ । ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଷ୍ଟେସନକୁ ମିଳିଛି ୪ ଷ୍ଟାର ରେଟିଂ । ସ୍ବଚ୍ଛତା, ନିରାପଦ ଖାଦ୍ୟ ଭଳି ମାନଦଣ୍ଡରେ ଉତ୍କୃଷ୍ଟ ପ୍ରଦର୍ଶନ ଲାଗି ଏହି ମାନ୍ୟତା ପାଇଛି ଭୁବନେଶ୍ବର ଷ୍ଟେସନ । ରାଜ୍ୟ ସରକାର ଓ ଭାରତୀୟ ରେଳପଥର ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ଖାଦ୍ୟ ନିରାପତ୍ତା କମିଶନର । କିଛି ମାସ ମଧ୍ୟରେ ପୁରୀ ଷ୍ଟେସନକୁ ମଧ୍ୟ ଇଟ୍ ରାଇଟ୍ ଷ୍ଟେସନରେ ପରିଣତ କରିବାକୁ କାର୍ଯ୍ୟ କରାଯାଉଛି ବୋଲି ଖୋର୍ଦ୍ଧା ରୋଡ଼ ରେଲୱେ ଡିଆରଏମ୍ କହିଛନ୍ତି ।

Leave A Reply

Your email address will not be published.