କପିଳାସ ପୀଠରେ ଲାଗିଲା ୧୪୪ ଧାରା

0 75

ଢେଙ୍କାନାଳ : ଓମିକ୍ରନ୍ ପାଇଁ କପିଳାସ ପୀଠରେ ଲାଗିଲା ୧୪୪ ଧାରା। କଟକଣା ଲଗାଇଛନ୍ତି ଜିଲ୍ଲା ପ୍ରଶାସନ। ୨୫ରୁ ଆସନ୍ତା ୨ ତାରିଖ ଯାଏଁ ଢେଙ୍କାନାଳ ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳରେ ପିକନିକ, ସାଧାରଣ ଦର୍ଶନ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ କପିଳାସ, ମହିମାଗାଦି ସମେତ ୨୯ଟି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ଭିଡ଼କୁ ଏଡାଇବାକୁ ଏଭଳି କଟକଣା ଜାରି କରାଯାଇଛି । ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ସେଲିବ୍ରେସନ ଉପରେ ରାଜ୍ୟ ସରକାର ରୋକ ଲଗାଇଛନ୍ତି । ଡିସେମ୍ବର ୨୫, ୩୧, ଜାନୁଆରୀ୧ ଓ ୨ ତାରିଖରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । କୋଭିଡ୍ ସଂକ୍ରମଣ ଆଶଙ୍କାରେ ଏଭଳି କଡା କଟକଣା ଜାରି କରାଯାଇଛି ।

Leave A Reply

Your email address will not be published.