ବଡ ଦିନରେ ସାତକୋଶିଆରେ ଉସ୍ରବମୁଖର

0 69


ବଢିଛି ପର୍ଯ୍ୟଟକ ମାନଙ୍କ ସଂଖ୍ୟା

ଅନୁଗୁଳ : ବଡ ଦିନ ଉପଲକ୍ଷେ ସାତକୋଶିଆ ରେ ପର୍ଯ୍ୟଟକ ମାନଙ୍କ ପ୍ରବଳ ଭୀଡ ଦେଖାଯାଇଥିଲା । ଏବର୍ଷ ବଡଦିନ ଟି ଶନିବାର ହୋଇଥିବା ବେଳେ ସାତକୋଶିଆରେ ଏବେ ଶୀତର ମାତ୍ରା ମଧ୍ୟ ବଢିଛି । ସକାଳ ସାତଟାରୁ ପର୍ଯ୍ୟଟକ ମାନେ ପଂପାସର ଫାଟକ ନିକଟରେ ଭୀଡ ଜମାଇଦେଇଥିଲେ । ଶହ ଶହ ପର୍ଯ୍ୟଟକ ଓ ସେମାନଙ୍କ ଯାନବାହାନ ବ୍ୟାଘ୍ରସଂରକ୍ଷଣ ପ୍ରକଳ୍ପ ମଧ୍ୟରେ ଗ୍ରବେଶ କରିବା ଆଗରୁ ପ୍ରବେଶ ପଥରେ ଅବାଶ୍ୟକ ଫିସ ଦାଖଲ କରିଥିଲେ । ଅଭୟାରଣ୍ୟ ମଧ୍ୟରେ ଭୋଜୀ କରିବା ଉପରେ କଟକଣା ଥିବାରୁ ପ୍ରବେଶ ପଥ ନିକଟରେ ଥିବା ନାଳ ପାଖରେ ଅସଂଖ୍ୟ ପର୍ଯ୍ୟଟକ ଙ୍କ ଭୋଜୀର ଆସରରେ ଜଙ୍ଗଲ ପରିବେଶ ଲୋକାରଣ୍ୟ ହୋଇଥିଲା । ସାତକୋଶିଆ ମଧ୍ୟରେ ଥିବା ସମସ୍ତ ପ୍ରକ୍ୃତି ନିବାସ ଯଥା- ଛୋଟକେଇ, ଟିକରପଡା, ତରଭା ଓ ବାଘମୁଣ୍ଡାରେ ପର୍ଯ୍ୟଟକ ମାନଙ୍କ ଦ୍ୱାରା ଭରପୁର ହୋଇଥିଲା । ସାତକୋଶିଆ ଗଣ୍ଡରେ ପର୍ଯ୍ୟଟକ ମାନେ ଜଳ କ୍ରୀଡାର ମଜା ମଧ୍ୟ ଉଠାଇଥିଲେ । ଇକୋଟୁରିଜିମ ଦ୍ୱାରା ବ୍ୟବସ୍ଥିତ ମୋଟର ବୋଟ ଗୁଡିକରେ ପର୍ଯ୍ୟଟକ ମାନେ ମହାନଦୀ ଗଣ୍ଡରେ ବୁଲି ବୁଲି ବାଲୁକା ଉପରେ ଶୋଇଥିବା କୁମ୍ଭୀର ବିଦେଶାଗତ ପକ୍ଷୀ ମାନଙ୍କ ସହ ଅନ୍ୟାନ୍ୟ ଜୀବ ଇତ୍ୟାଦି ଦେଖିବାକୁ ଆଗ୍ରହ ପ୍ରକାଶ କରିଥିଲେ । ହଜାର ହଜାର ପର୍ଯ୍ୟଟକ ମାନଙ୍କ ସମାବେଶରେ ସାତକୋଶିଆ ବଡ ଦିନରେ ଉସ୍ରବମୁଖର ହୋଇଥିଲା ।

Leave A Reply

Your email address will not be published.