ବିଜେଡି ପ୍ରତିଷ୍ଠା ଦିବସରେ ନେତା ଓ କର୍ମୀଙ୍କୁ ନବୀନଙ୍କ ଶୁଭେଚ୍ଛା

0 76

ଭୁବନେଶ୍ୱର: ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଓଡ଼ିଶାବାସୀଙ୍କ ସହ ଦଳର ସମସ୍ତ କର୍ମୀ ଓ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ସେ କହିଛନ୍ତି, ଆପଣମାନଙ୍କ ନିରନ୍ତର ଭଲପାଇବା ଓ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ବିଜେଡି ଆଜି କୋଟି କୋଟି ଓଡ଼ିଆଙ୍କ ବଳ ସାଜିଛି । ଏହାକୁ ଅତୁଟ ରଖି ନୂଆ ଓଡ଼ିଶା ଓ ଶ୍ରେଷ୍ଠ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେବା ପାଇଁ ନବୀନ ଆହ୍ୱାନ ଦେଇଛନ୍ତି । ସେହିଭଳି ପ୍ରତିଷ୍ଠା ଦିବସରେ ରାଜ୍ୟବାସୀ ଓ ଦଳର କର୍ମୀ ଓ ନେତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଓ ରାଜ୍ୟବାସୀଙ୍କ ଅଧିକାରର ଲଢ଼େଇକୁ ଆହୁରି ଜୋରଦାର କରିବାରେ ବିଜେଡି ସବୁବେଳେ ଆଗରେ ରହିଛି ଓ ରହିବ ବୋଲି ପ୍ରଣବ କହିଛନ୍ତି । ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ମଧ୍ୟ ଦଳର ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.