ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ : କାର୍ଯ୍ୟରେ ଯୋଗଦେଲେ ୧୫୩ ଓଏଏସ୍ ଅଧିକାରୀ

0 74

ଭୁବନେଶ୍ବର ୨୯।୧୨: ଓଡିଶା ସିଭିଲ ସର୍ଭିସରେ ସାମିଲ ହେଲେ ୧୫୩ ଅଧିକାରୀ । କାର୍ଯ୍ୟରେ ଯୋଗଦେଲେ ୧୫୩ ଓଏଏସ ଅଧିକାରୀ । ନବନିଯୁକ୍ତ ଓଏଏସ ଅଧିକାରୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଧାରଣ ଲୋକଙ୍କୁ କେବେ ହେୟଜ୍ଞାନ କରନି । ସିଭିଲ ସର୍ଭିସରେ ଯୋଗଦେବା ଏକ ଅନନ୍ୟ ଉଦାହରଣ । ସିଭିଲ ସର୍ଭିସ୍ କେବଳ ଏକ ବୃତ୍ତି ନୁହେଁ । ଏହା ତୁମର ମାତୃଭୂମି ଏବଂ ଏହାର ସାଧାରଣ ମଣିଷ ପ୍ରତି ଏକ ସେବା । ସବୁ ପରିସ୍ଥିତରେ ଲୋକଙ୍କ ଭରସା ଅତୁଟ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଯେଉଁ ଦାୟିତ୍ବ ମିଳିଛି ସୁଚାରୁ ରୂପେ ସମ୍ପାଦନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଲୋକ ସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ଭର୍ଚୁଆଲ୍ ମୋଡ୍ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସରକାରୀ ଇ-ଡାଏରୀର ଉନ୍ମୋଚନ କରିଛନ୍ତି । ମୋବାଇଲରେ ଉପଲବ୍ଧ ହେବ ସରକାରୀ ଇ-ଡାଏରୀ ।

Leave A Reply

Your email address will not be published.