ରାଜ୍ୟରେ ସୋମବାରଠୁ ଭୟଙ୍କର ଶୀତ

0 70

ଭୁବନେଶ୍ୱର ୦୨/୦୧: ରାଜ୍ୟରେ ସୋମବାର, ମଙ୍ଗଳବାର ଶୀତ ଲହରି ବହିବ । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଶୀତ ହେବ । ଏହି ଦୁଇ ଦିନ ଭୀଷଣ ଶୀତ ହେବାର ଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୋମବାର ଝାରସୁଗଡ଼ା, ବରଗଡ଼, ସୋନପୁର, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ଶୀତ ଲହରି ବହିବ । ସେହିଭଳି ଏହି ସମସ୍ତ ଜିଲ୍ଲାରେ ଶୀତ ଲହରି ଜାରି ରହିବ । ରାତି ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରୀ ଖସିଯିବ ବୋଲି ବିଭାଗ ପୂର୍ବାନୁମାନ କରୁଛି । ରବିବାର, ସୋମବାର ସକାଳୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ ବୋଲି ମଧ୍ୟ ଆକଳନ କରାଯାଇଛି । ଶନିବାର ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮.୫ଡିଗ୍ରୀ ରେକର୍ଡ ହୋଇଥିଲା । ଟିଟିଲାଗଡ଼ରେ ରାତି ତାପମାତ୍ରା ୧୦.୮, କୋରାପୁଟରେ ୧୧.୪ ଓ ଝାରସୁଗୁଡ଼ାରେ ୧୧.୬ ଡିଗ୍ରୀ ରେକର୍ଡ ହୋଇଥିଲା ।

Leave A Reply

Your email address will not be published.