ରେଳ ଷ୍ଟେସନରେ ଆର୍‌ଟିପିସିଆର ଟେଷ୍ଟିଂ ବାଧ୍ୟତାମୂଳକ

0 67
whatsapp sharing button

ଭୁବନେଶ୍ବର ୭।୧: ବିମାନବନ୍ଦରରେ ଆର୍‌ଟିପିସିଆର ଟେଷ୍ଟିଂ ବାଧ୍ୟତାମୂଳକ ପରେ ରେଲୱେ ଷ୍ଟେସନ ଉପରେ ବିଏମସିର ନଜର । ରେଳ ଷ୍ଟେସନରେ ଯାତ୍ରୀଙ୍କର ସ୍କ୍ରିନିଂ ହେବ । ଏଥିପାଇଁ ଏକାଧିକ ଟିମ୍ ମୁତୟନ ରହିବେ । ଦୈନିକ ୧୦ ହଜାର ଟେଷ୍ଟିଂ କରିବାକୁ ବିଏମସି ଟାର୍ଗେଟ୍ ରଖିଛି । ବିଏମସି କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି । ସେପଟେ ଆଜିଠୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି କରାଯାଇଛି । ବିମାନ ବନ୍ଦର ପହଞ୍ଚୁଥିବା ସବୁ ଯାତ୍ରୀଙ୍କର ଆର୍‌ଟିପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଏନେଇ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଡବଲ ଡୋଜ୍‌ ଟିକା ପ୍ରମାଣପତ୍ର ଏବଂ ଆରଟିପିସିଆର ଟେଷ୍ଟିଂ ରିପୋର୍ଟ ନେଗେଟିଭ୍‌ ଥିଲେ ମଧ୍ୟ ପୁଣି ଥରେ ବିମାନବନ୍ଦରରେ ପରୀକ୍ଷା ବାଧ୍ୟତାମୂଳକ ବୋଲି ବିଏମ୍‌ସି ନୋଟିସ୍‌ ଜାରି କରିଛି। ଏହାସହ ବିଦେଶରୁ ରାଜଧାନୀକୁ ଫେରୁଥିବା ଯାତ୍ରୀମାନେ ବିଏମ୍‌ସିକୁ ଯୋଗଯୋଗ କରି ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହ ସମସ୍ତ ନିୟମକୁ କଡ଼ାକଡ଼ି କରିବାକୁ ଏୟାରପୋର୍ଟ ନିର୍ଦ୍ଦେଶକଙ୍କୁ ବିଏମ୍‌ସି ପକ୍ଷରୁ କୁହାଯାଇଛି । ଭୁବନେଶ୍ବର ସମେତ ଝାରସୁଗୁଡ଼ା ବିମାନବନ୍ଦରରେ ମଧ୍ୟ ଟେଷ୍ଟିଂ ପ୍ରକ୍ରିୟାକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.