ଭୁବନେଶ୍ୱର ଏମ୍ସର ୩୦୦ରୁ ଅଧିକ କର୍ମଚାରୀ ପଜିଟିଭ

0 71

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସର ୩ ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଡାକ୍ତର, ନର୍ସ ଓ ପାରା ମେଡିକାଲ ଷ୍ଟାଫ୍। ଜାନୁଆରୀ ୧ରୁ ଆଜି ପର୍ଯ୍ୟନ୍ତ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ନେଇ ଏମ୍ସ ସୂତ୍ରରୁ ସୂଚନା ମିଳିଛି। ସୂଚନା ଅନୁସାରେ ୭୦ରୁ ଅଧିକ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୦ ନର୍ସିଂ କର୍ମଚାରୀ ଓ ୯୦ରୁ ଅଧିକ ଅନ୍ୟ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ୨୦ ଜଣ ଛାତ୍ରଛାତ୍ରୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଆଜିଠୁ ବନ୍ଦ ରହିଛି ଏମ୍ସ ଓପିଡି । ଓପିଡି ବନ୍ଦ ନେଇ ଭୁବନେଶ୍ୱର ଏମ୍ସ୍ ପକ୍ଷରୁ ୨ ଦିନ ପୂର୍ବେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଓପିଡି ବନ୍ଦ ହେଲେ ମଧ୍ୟ କିଛି ଜରୁରିକାଳୀନ ସେବା ଚାଲୁ ରହିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ।

Leave A Reply

Your email address will not be published.