ଅଟୋ ଓ ବାଇକ୍ ଧକ୍କାରେ ଜଣେ ମୃତ

0 70

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଝିଲିକି ନିକଟସ୍ଥ ଅଟୋ ବାଇକ୍ ମୁହାଁମୁହିଁ ଧକ୍କା ଜଣେ ମୃତ ପାଞ୍ଚ ଆହତ ।  ଅଡ଼ବା ଥାନା ଝିଲିକି ଗ୍ରାମ ନିକଟରେ ବାଇକ ସହ ଅଟୋ ମୁଁହାମୁହିଁ ଧକ୍କା ହେବା ଫଳରେ ଜଣଙ୍କ  ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ଦମାଦୁଆ ଗ୍ରାମର ଶାନ୍ତିଲତା ନାୟକ । ଅଡବା ଗ୍ରାମର ଦେବାଶିଷ ବେହେରଦଳେଇ ଗୋଟିଏ ବାଇକ୍ ନଂ-ଓ ଡି ୦୭ ଏଯେ ୯୨୮୪ ଯୋଗେ ଆଲିଗଣ୍ଡା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଗୋଟିଏ ଅଟୋ ନଂ-ଓଡି ୦୭ ଏସ ୩୩୫୨ସହ ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଯେଉଁ ଅଟୋ ସହ ଧକ୍କା ହେଲା ସେହି ଅଟୋ ପଛପଟେ ଆଉଗୋଟିଏ ଅଟୋ ନଂ- ଓଡି ୦୭ ଏକ୍ସ ୩୦୬୩ ଆସୁଥିବା ହେତୁ ଭାରସାମ୍ୟ ହରାଇ ଉଭୟ ଅଟୋ ସହ ବାଇକ୍ ମଧ୍ୟ ଦୂର୍ଘଟଣା ଗ୍ରସ୍ତ ହୋଇଥିଲା ।ଫଳରେ ଘଟଣା ସ୍ଥଳରେ ଶାନ୍ତଲତା ନାୟକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଧାର କରି ଅଡବା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ଅଭିମନ୍ୟୁ ଆହତମାନଙ୍କୁ ଚିକିତ୍ସା କରିବା ପରେ ୦୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିବା କହିଛନ୍ତି । ଗୁରୁତର ୦୫ ଜଣ ହେଲେ-

୦୧- ଦେବାସୀ ବେହେଦଳାଇ-ଅଡବା

୦୨-ରାହୁଲ ସଭାସୁନ୍ଦୁର ଓ (୦୩) ବାଞ୍ଚା ସଭାପତି-ଆଲି ଗଣ୍ଡା

୦୪-ଅବେଦନ କରାଡ- ଚାନ୍ଦିପୁଟ ଏବଂ

୦୫- ହେଲେ କନ୍ଧମାଳ ଜିଲ୍ଲା ମିଝାପଙ୍କା ଗ୍ରାମର ପାଗା ମଲ୍ଲିକ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଅଡ଼ବା ପୋଲିସ ପହଞ୍ଚି କେସ୍ ନଂ- ୯/୨୨ ମାମଲା  ରୁଜ୍ଜୁକରି ଘଟଣାର ତଦନ୍ତ କରିବା ସହ ଦୂର୍ଘଟଣାଗ୍ରସ୍ତ ଗାଡ଼ି ଓ ଶବକୁ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି ।  

Leave A Reply

Your email address will not be published.