ଲିଙ୍ଗ ନିରୂପଣ ରାକେଟର ପର୍ଦ୍ଦାଫାସ

0 69

କଟକ : କଟକରେ ବେଧଡ଼କ ଭାବେ ଚାଲିଛି ଲିଙ୍ଗ ନିରୂପଣ। ଗ୍ରାହକ ବେଶରେ ଯାଇ ପୁଲିସ୍ ଏହି ରାକେଟର ପର୍ଦ୍ଦାଫାସ କରିଛି। କଟକ କାଠଗୋଲା ସାହିରେ ଥିବା ଏକ ପାଥୋଲାବରେ ବେଆଇନ ଲିଙ୍ଗ ନିରୂପଣ ଚାଲିଥିବା ବେଳେ ପୁଲିସ ଚଢାଉ କରି ଦୁଇ ଜଣଙ୍କୁ ଅଟକ ରଖିବା ସହିତ ଲାବକୁ ସିଲ କରିଛି।

କାଠଗୋଲା ସାହିରେ ଥିବା ଆଲ୍ଫା ହେଲଥ କେୟାର ସେଣ୍ଟର ସହ ଅଲ୍ଟ୍ରା ସାଉଣ୍ଡ ମେସିନକୁ ସିଲ୍ କରାଯାଇଛି। ମାମଲାରେ ପାଥୋଲାବର ୨ କର୍ମଚାରୀଙ୍କ ସହ ଟେଷ୍ଟିଂ ପାଇଁ ଆସିଥିବା କିଛି ମହିଳାଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଏହି ରାକେଟରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ସେ ନେଇ ଖୋଳତାଡ଼ ଚାଲିଥିବା କଟକ ଡିସିପି କହିଛନ୍ତି।

Leave A Reply

Your email address will not be published.