ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ୯୮୩୩

0 65

ଭୁବନେଶ୍ୱର ୨୧।୦୧ : ଗତ ୨୪ ଘଣ୍ଟା ମଧ୍ୟରେ ୯୮୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୭୨୯୫ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୬୯୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୧୩୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୯୭୨ଜଣ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୪୬ ଜଣ, ସୁନ୍ଦରଗଡ଼ରୁ ୧୧୩୪ ଜଣ, କଟକରୁ ୭୭୪ ଜଣ,ମୟୂରଭଞ୍ଜରୁ ୨୯୫ ଜଣ, ନୟାଗଡ଼ରୁ ୨୯୨ ଜଣ, ବଲାଙ୍ଗୀରରୁ ୨୮୮ ଜଣ, ବାଲେଶ୍ବରରୁ ୨୮୬ ଜଣ,ରାୟଗଡ଼ାରୁ ୨୭୪ ଜଣ, ଯାଜପୁରରୁ ୨୫୬ ଜଣ, ସମ୍ବଲପୁରରୁ ୨୦୬ ଜଣ,କୋରାପୁଟରୁ ୧୭୪ ଜଣ, ନୂଆପଡ଼ାରୁ ୧୭୩ ଜଣ, ବରଗଡ଼ରୁ ୧୭୨ ଜଣ,କଳାହାଣ୍ଡିରୁ ୧୭୧ ଜଣ, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରୁ ୧୬୮ ଜଣ ଲେଖାଁଏ,ନବରଙ୍ଗପୁରରୁ ୧୫୬ ଜଣ, ଜଗତସିଂହପୁରରୁ ୧୫୨ ଜଣ,ପୁରୀରୁ ୧୪୬ ଜଣ, ଅନୁଗୁଳରୁ ୧୪୪ ଜଣ, ଭଦ୍ରକରୁ ୧୨୯ ଜଣ, ବୌଦ୍ଧାରୁ ୧୨୦ ଜଣ, ସୋନପୁରରୁ ୧୧୭ ଜଣ, କେନ୍ଦ୍ରାପଡ଼ାରୁ ୯୯ ଜଣ, ଢ଼େଙ୍କାନାଳରୁ ୯୫ ଜଣ,କନ୍ଧମାଳରୁ ୯୧ ଜଣ, ​‌ଗଜପତିରୁ ୮୮ ଜଣ, ଗଞ୍ଜାମରୁ ୬୯ ଜଣ, ମାଲକାନଗିରିରୁ ୫୬ ଜଣ, ଦେବଗଡ଼ରୁ ୪୭ ଜଣ ଏବଂ ଷ୍ଟେଟ୍ ପୁଲରୁ ୫୭୭ ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୮୭୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୯୭୦୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୮୯୦୩୩ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୬୯୯୦୭୪୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave A Reply

Your email address will not be published.