ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ‘ଇଣ୍ଡିଆ ଟୁଡେ’

0 66

ନୂଆଦିଲ୍ଲୀ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ‘ଇଣ୍ଡିଆ ଟୁଡେ’ ପତ୍ରିକା ଦ୍ବାରା ହୋଇଥିବା ‘ମୁଡ୍‌ ଅଫ୍‌ ଦି ନେସନ୍‌-୨୦୨୨’ ସର୍ଭେରୁ ଜଣାପଡ଼ିଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧.୧% ରେଟିଙ୍ଗ୍‌ ହାସଲ କରି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପଛରେ ପକାଇ ଶୀର୍ଷରେ ରହିଛନ୍ତି। ନିଜ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟଦକ୍ଷତା ମୂଲ୍ୟାୟନ ପାଇଁ ଏହି ସର୍ଭେରେ ଜନସାଧାରଣଙ୍କୁ କୁହାଯାଇଥିଲା। ଏହି ସର୍ଭେରେ ଓଡ଼ିଶାରୁ ସମୁଦାୟ ୨,୭୪୩ଜଣ ବ୍ୟକ୍ତି ବିଶେଷଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୭୧% ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ‌ସନ୍ତୋଷ ବ୍ୟକ୍ତ କରିଛନ୍ତି। ଦୀର୍ଘ ୨୨ ବର୍ଷ ହେବ ସରକାରରେ ରହିଥିଲେ ମଧ୍ୟ ନବୀନଙ୍କ ଲୋକପ୍ରିୟତା ଏଯାବତ କମିନାହିଁ । ତାଙ୍କ କାର୍ଯ୍ୟଶୈଳୀ ଓ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ହିଁ ତାଙ୍କ ଲୋକପ୍ରିୟତାକୁ ବଜ‌ାୟ ରଖିଛି । କେବଳ ଦେଶ କାହିଁକି ପୂରା ବିଶ୍ୱରେ ନବୀନଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି ।

Leave A Reply

Your email address will not be published.