ପ୍ରଶାସନିକ ଅବହେଳା: ନଷ୍ଟ ହେବାକୁ ଗଲାଣି ଚିଲଡ୍ରେନ ପାର୍କ

0 66

କୋଟପାଡ: କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅବସ୍ଥିତ କୋଟପାଡ଼ ପାର୍କ ପ୍ରତି ପ୍ରଶାସନିକ ରକ୍ଷଣାବେକ୍ଷଣ ଅଭାବ ତଥା ପ୍ରଶାସନିକ ଅବହେଳା ଯୋଗୁଁ କୋଟପାଡ଼ ଚିଲଡ୍ରେନ ପାର୍କ ନଷ୍ଟ ହେବାକୁ ବସିଥିବା ଯୋଗୁଁ ଜନସାଧାରଣ ମହଲରେ ଗଭୀର ଅସନ୍ତୋଷ ଦେଖାଦେଇଛି।୨୦୧୪ ମସିହାରେ ନିର୍ମିତ ଏହି ପାର୍କ ଜନସାଧାରଣଙ୍କ ଚିତ୍ତବିନୋଦନ ପାଇଁ ଉଦଘାଟିତ ହୋଇଥିବାବେଳେ ଏହାର ପୁନରୁଦ୍ଧାର ପାଇଁ ଚତୁର୍ଥ ଅର୍ଥ କମିଶନ ସ୍କିମରେ ମୋଟ ୧୯,୯୭,୦୦୦ ବିନିଯୋଗ କରାଯାଇ ଜନସାଧାରଣଙ୍କ ସକାଶେ ବିଭିନ୍ନ ବ୍ୟାୟାମ ଉପଯୋଗୀ ସାମଗ୍ରୀ ସହ ଛୋଟ ଶିଶୁଙ୍କ ଖେଳିବା ପାଇଁ ଦୋଳି ଠୁ ଆରମ୍ଭ କରି ବିଭିନ୍ନ ସରଞ୍ଜାମ ସବୁ ପାର୍କରେ ଲଗାଯାଇ ଅତ୍ୟାଧୁନିକ ସୁବିଧା ଯୋଗାଇ ଦେବାର ପ୍ରୟାସ କରାଯାଇଥିଲା।କିନ୍ତୁ କିଛି ବର୍ଷର ବ୍ୟବଧାନ ପରେ ରକ୍ଷଣାବେକ୍ଷଣ ଅଭାବରୁ ତଥା ପ୍ରଶାସନିକ ଅବହେଳା ଯୋଗୁଁ ବିଭିନ୍ନ ସରଞ୍ଜାମ ନଷ୍ଟ ହେଲାଣି।କିନ୍ତୁ ଏନଏସି କତ୍ତୃପକ୍ଷ ଏହି ସବୁ ନଷ୍ଟ ହୋଇଥିବା ଜିନିଷ ଗୁଡିକର ମରାମତି କିମ୍ୱା ପୁନରୁଦ୍ଧାର ପାଇଁ କୌଣସି ପ୍ରକାର ଦୃଷ୍ଟି ଦେଉନଥିବା ଦେଖାଦେଇଛି।ଯାହାଫଳରେ ସାଧାରଣରେ ବ୍ୟାପକ ଅସନ୍ତୋଷ ଦେଖା ଦେବା ସହ ଏନଏସି ପ୍ରଶାସନର ଉଦାସୀନତାକୁ ନିନ୍ଦା କରାଯାଉଛି।ପାର୍କ ମଧ୍ୟରେ ଡଷ୍ଟବିନ ଗୁଡିକ ଭାଙ୍ଗି ପଡିଥିବାବେଳେ ବିଭିନ୍ନ ପ୍ରକାରର ଅଳିଆ ଆବର୍ଜନା ମଧ୍ୟ ଦୀର୍ଘ ଦିନ ହେବ ପଡିରହିଛି।ଦୋଳିଗୁଡିକ ଭାଙ୍ଗିଯାଇଥିବା ବେଳେ ଛୋଟ ଶିଶୁମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ବତକ ଖେଳନା ଦୀର୍ଘ ଦିନ ହେବ ଭାଙ୍ଗି ପଡିଛି।ସହରର ବହୁ ଲୋକ ପ୍ରତିଦିନ ଚିତ୍ତବିନୋଦନ ସକାଶେ ଚିଲଡ୍ରେନ ପାର୍କ ସକାଳ ଓ ସନ୍ଧ୍ୟା ସମୟରେ ଯାଉଥିବାବେଳେ ଭି ପ୍ରଶାସନ ତରଫରୁ  କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ସମସ୍ତଙ୍କୁ ବ୍ୟଥିତ କରିଛି।ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନର ଶୁଭ ଦୃଷ୍ଟି କୋଟପାଡ଼ ଚିଲଡ୍ରେନ ପାର୍କ ଉପରେ ପଡୁଛି।

Leave A Reply

Your email address will not be published.