ଯୌତୁକ ଜୁଇରେ ସାମିନା

0 134

ଜଳେଶ୍ୱର : ପୁଣି ଯୌତୁକ ନେଲା ଜୀବନ। ଯାହା ପାଇଁ ଯୌତୁକ ଜୁଇରେ  ସାମିନା। ଝିଅକୁ  ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣି  ଥାନାରେ ଦ୍ୱାରସ୍ତ ହେଲେ ଝିଅର  ପରିବାର ଲୋକେ।  ଅଭିଯୋଗ  ଅନୁଯାୟୀ ସିଂଲା ଥାନା  କାଦ୍ରାଇଂଆ ଗ୍ରାମର ସେକ ରାସୁଲ ମିଲନଙ୍କ ଝିଅ ସାମୀନାକୁ  ଜଳେଶ୍ୱର ଥାନା ଶେଖବାର୍ଡ ଗ୍ରାମର ସଫୁଲ ଖାନଙ୍କ ପୁଅ  ସାବୀର ଖାନଙ୍କ ସହିତ ମୁସଲିମ ରୀତିନୀତି ଅନୁଯାୟୀ ଜାନୁଆରୀ ୨୦୨୦ ବିବାହ  କରିଥିଲେ। ତେବେ ବିବାହ ପରେ ସ୍ବାମୀ ସାବୀର  ଏବଂ ଶାଶୁ ଆସିମା  ଵିବି ଯୌତୁକ ବାବଦରେ ଅଧିକ  ଦୁଇ ଲକ୍ଷ ଟଙ୍କା ଓ ମୋଟର ସାଇକେଲ ଦାବିକରି  ଶାରୀରିକ ଓ ମାନସିକ  ନିର୍ଯାତନା ଦେଇ ଆସୁଥିଲେ। ଏନେଇ  ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ମଧ୍ୟ ପୂର୍ବରୁ ଅନେକ ଥର  ସମାଧାନ ହୋଇଛି। ତେବେ  ୨୦୨୧ ଅକ୍ଟୋବର  ମାସରେ କନ୍ୟା ସନ୍ତାନ ଜନ୍ମ ହେବା ପରେ ଯୌତୁକ ଜନିତ ନିର୍ଯାତନା ଅଧିକ ବଢିଯାଇଥିଲା। ଝିଅର ଦୁଃଖ  ଦେଖିନପାରି ଅଳ୍ପ କିଛିଦିନ ପୂର୍ବରୁ ନୂଆ ସ୍କୁଟି ଦିଆଯାଇଥିଲା। ତେବେ ଏତିକିରେ ଯୌତୁକ ରାକ୍ଷାସ ମାନଙ୍କର ମନ ବୁଝି ନଥିଲା ଯେ, ଗତ କାଲି  ପୁଣି ଯୌତୁକ ଦାବିକରି  ସାମୀନାକୁ ହତ୍ୟା କରି, ମୁହଁରେ ବିଷ ଢାଳି ଆତ୍ମହତ୍ୟା ର ରୁପ ଦେଉଛନ୍ତି। ଘଟଣାର ତଦନ୍ତ କରି  ଦୋଷୀ ମାନଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ  ପରିବାର ପକ୍ଷରୁ ଝିଅର ଭାଇ ସେକ ତାହୀର ହୁସେନ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏନେଇ ଜଳେଶ୍ୱର ପୋଲିସ  ଶବ ବ୍ୟବଚ୍ଛେଦ କରାଇ, ବାପଘର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ, ୨୩/୨୨ ନମ୍ବର ମାମଲା ରୁଜୁ କରି  ୧୮୬୦  ଆଇପିସି ଅନୁଯାୟି ୪୯୮ (କ),  ୩୦୪(ଖ),  ୩୦୨, ୩୪ ଆଇପିସି  ଭଳି ସଙ୍ଗିନ ଦଫା ଲଗାଇ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.