ଚନ୍ଦ୍ରଭାଗା ମାଘମେଳା ବୁଡ଼ ବନ୍ଦ

0 78

କୋଣାର୍କ: ଗତବର୍ଷ ଭଳି ଏବର୍ଷ ବି କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘମେଳା ବୁଡ଼ ବନ୍ଦ କରିଦିଆଯାଇଛି। ଆଗାମୀ ଫେବ୍ରୁଆରି ୭ ତାରିଖରେ ମାଘ ସପ୍ତମୀ ଓ ଚନ୍ଦ୍ରଭାଗା ବୁଡ଼ ଅବସରରେ ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ଼ ଲାଗି ବାରଣ କରାଯାଇଛି। ଫେବ୍ରୁଆରି ୭ ମାଘ ସପ୍ତମୀ ଓ ଚନ୍ଦ୍ରଭାଗା ବୁଡ଼ ନେଇ ଆଜି ସ୍ଥାନୀୟ ଯାତ୍ରୀ ନିବାସରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୀ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ନିମାପଡ଼ା ତହସିଲଦାର, ନିମାପଡ଼ା ବିଡିଓ , ଏସଡିପିଓ ପ୍ରମୁଖ ଯୋଗ ଦେଇଥିଲେ। ଏକ ବୈଠକରେ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ ଐଶାନ୍ୟେଶ୍ୱର, ଦକ୍ଷିଣେଶ୍ୱର, ତ୍ରିବେଣୀଶ୍ୱରଙ୍କ ମହାସ୍ନାନ କଟକଣା ଭିତରେ ହେବ, ଠାକୁରଙ୍କ ମହାସ୍ନାନ ପରେ କେବଳ ସେବାୟତଙ୍କୁ ବୁଡ଼ ପାଇଁ ଅନୁମତି ମିଳିବ। ଏଥିରେ ସେବାୟତ ଓ ଅଧିକାରୀ ଅଂଶଗ୍ରହଣ କରିବେ। କୋଭିଡ କଟକଣା ଭିତରେ ସର୍ବାଧିକ ୫୦୦ରୁ ୬ ଶହ ଲୋକଙ୍କୁ ଅନୁମତି ଦିଆଯିବ। ତେବେ ଠାକୁରଙ୍କ ଯଥାବିଧି ପୂଜାର୍ଚ୍ଚନା ତଥା ନୀତିକାନ୍ତି ଅନୁଷ୍ଠିତ ହେବ। ନୀତିକାନ୍ତି ସହ ସଂପୃକ୍ତ ସେବାୟତ, ବିମାନ ଯାତ୍ରାରେ ସାମିଲ ସହାୟକ, ସରକାରୀ ଅଧିକାରୀ, କର୍ମଚାରୀ, ସ୍ଥାନୀୟ ସାମ୍ବାଦିକଙ୍କୁ ପଡ଼ିଆ ଭିତରକୁ ପ୍ରବେଶ ଅନୁମତି ମିଳିବ।

Leave A Reply

Your email address will not be published.