ଗାନ୍ଧିଧାମ୍-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

0 72

ମୁମ୍ବାଇ : ଗାନ୍ଧିଧାମ୍-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଟ୍ରେନ୍‌ର ପେଣ୍ଟ୍ରିକାର୍‌ରେ ନିଆଁ ଲାଗିଛି । ମହାରାଷ୍ଟ୍ର ନନ୍ଦୁରବାର ଷ୍ଟେସନରେ ନିକଟରେ ଘଟିଛି ଘଟଣା । ଅଗ୍ନିଶମ ବାହିନୀ ପକ୍ଷରରୁ ନିଆଁ ଲିଭା କାର୍ଯ୍ୟ ଜାରି । ଖବର ଅନୁଯାୟୀ, ଶନିବାର ଦିନ ଗାନ୍ଧୀଧାମରୁ ପୁରୀ ଆସୁଥିବଲା ୧୨୯୯୩ ନମ୍ବର ଯୁକ୍ତ ଟ୍ରେନ୍‌ । ମହାରାଷ୍ଟ୍ର ନନ୍ଦୁରାବର ଷ୍ଟେସନ୍‌ ନିକଟରେ ଗାନ୍ଧିଧାମ୍‌-ପୁରୀ ଏକ୍ସପ୍ରେସ୍‌ରେ ହଠାତ୍‌ ନିଆଁ ଲାଗିଥିବା ସୂଚନା ମିଳିଥିଲା । ଏହାପରେ ତୁରନ୍ତ ଟ୍ରେନ୍‌କୁ ଅଟକାଯାଇଥିଲା ଏବଂ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛି । ତେବେ ଟ୍ରେନ୍‌ର ପେଣ୍ଟ୍ରିକାର୍‌ରେ ନିଆଁ ଲାଗିଥିବାର ସୂଚନା ମିଳିଥିଲା । ଫଳରେ କିଛି ସାମଗ୍ରୀ ପୋଡି ଯାଇଥିବା ସୂଚନା ମିଳିଛି । ନିଆଁ ଲାଗିବା ପରେ ତୁରନ୍ତ ପେଣ୍ଟ୍ରିକାର୍‌ ବଗିକୁ ଟ୍ରେନ୍‌ରୁ ଅଲଗା କରାଯାଇଛି । ପେଣ୍ଟ୍ରିକାର୍‌ରେ ନିଆଁ କେମିତି ଲାଗିଲା । ସେନେଇ ଛାନ୍‌ଭିନ୍‌ ଆରମ୍ଭ ହୋଇଛି । ଏବେ ଯାଏଁ କୌଣସି କ୍ଷତକ୍ଷତିର ସୂଚନା ମିଳିନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ପେଣ୍ଟ୍ରିକାର୍‌ରେ ଅଗ୍ନିକାଣ୍ଡ ରେଳବାଇ ପକ୍ଷରୁ ଅଗ୍ନିକାଣ୍ଡର କାରଣ ଅନୁଧ୍ୟାନ କରାଯାଉଛି ।

Leave A Reply

Your email address will not be published.