ରାଜ୍ୟରେ ୨୪ ଘଣ୍ଟାରେ ୪୮୪୩ କୋଭିଡ୍ ପଜିଟିଭ୍ ଚିହ୍ନଟ

0 68

ଭୁବନେଶ୍ୱର ୩୦।୦୧ : ଗତ ୨୪ ଘଣ୍ଟା ମଧ୍ୟରେ ୪୮୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୪୫୯୧୧ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୧୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୦୨୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬୬୩ଜଣ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧୦୨୩ ଜଣ, ସୁନ୍ଦରଗଡ଼ରୁ ୭୩୫ ଜଣ, କଟକରୁ ୩୭୯ ଜଣ, ନୟାଗଡ଼ରୁ ୧୯୪ ଜଣ, ଯାଜପୁର ଓ ନୂଆପଡ଼ା ଜିଲ୍ଲାରୁ ୧୬୬ ଜଣ ଲେଖାଁଏ,କଳାହାଣ୍ଡିରୁ ୧୫୮ ଜଣ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରୁ ୧୫୨ ଜଣ ଲେଖାଁଏ, ସମ୍ବଲପୁରରୁ ୧୨୮ ଜଣ, ଜଗତସିଂପୁରରୁ ୧୦୦ ଜଣ,ରାୟଗଡ଼ାରୁ ୯୯ ଜଣ, ବଲାଙ୍ଗୀରରୁ ୯୫ ଜଣ,କେନ୍ଦୁଝରରୁ ୮୧ ଜଣ, ବରଗଡ଼ରୁ ୮୦ ଜଣ, କେନ୍ଦ୍ରାପଡ଼ାରୁ ୭୦ ଜଣ, ଦେବଗଡ଼ ଓ ସୋନପୁର ଜିଲ୍ଲାରୁ ୭୩ ଜଣ ଲେଖାଏଁ, ପୁରୀରୁ ୭୨ ଜଣ,ଗଞ୍ଜାମରୁ ୬୭ ଜଣ, ଝାରସୁଗୁଡ଼ାରୁ ୬୧ ଜଣ, ଗଜପତିରୁ ୬୨ ଜଣ, ଭଦ୍ରକରୁ ୬୦ ଜଣ, ଅନୁଗୁଳରୁ ୫୮ ଜଣ,କନ୍ଧମାଳରୁ ୫୨ ଜଣ, କୋରାପୁଟରୁ ୫୦ ଜଣ, ବୌଦ୍ଧରୁ ୪୯ ଜଣ, ଢ଼େଙ୍କାନାଳରୁ ୪୫ ଜଣ, ମାଲକାନଗିରିରୁ ୧୮ ଜଣ ଏବଂ ଷ୍ଟେଟ ପୁଲ୍‌ରୁ ୧୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୪୫୯୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୩୦୯୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୧୮୪୧୭୪ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୭୫୭୦୪୮୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave A Reply

Your email address will not be published.