ସରସ୍ୱତୀ ପୂଜା ପରେ ଖୋଲିବ ସ୍କୁଲ !

0 68

ଭୁବନେଶ୍ୱର,୩୦/୦୧: ରାଜ୍ୟରେ ୫ ହଜାର ତଳକୁ ଦୈନିକ ସଂକ୍ରମଣ ଖସି ଆସିଥିବାବେଳେ ଫେବ୍ରୁଆରି ମାସ ପାଇଁ ଜାରି ହେବାକୁ ଥିବା ଗାଇଡ୍‌ଲାଇନରେ କଟକଣା କୋହଳ ହେବା ସମ୍ଭାବନା ରହିଛି । ଏ ନେଇ ଉଚ୍ଚସ୍ତରରେ ବିଚାର ବିମର୍ଶ ହୋଇଥିବା ଜଣାପଡ଼ିଛି । ଆସନ୍ତା ଦୁଇଦିନ ଭିତରେ ଫେବ୍ରୁଆରି ମାସ ପାଇଁ ଗାଇଡଲାଇନ ଜାରି କରିବେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା । ରାତ୍ରିକାଳୀନ କର୍ଫ୍ୟୁର ସମୟ ଅବଧିକୁ କମାଇବା ନେଇ ବିଚାର କରାଯାଉଛି । ସମ୍ଭବତଃ ଫେବ୍ରୁଆରିରୁ ରାତ୍ରି ୯ଟା ପରିବର୍ତ୍ତେ ୧୦ଟାରୁ କର୍ଫ୍ୟୁ ଲଗାଯାଇପାରେ । ସେହିପରି ସ୍କୁଲ ଖୋଲିବା ନେଇ ଆଲୋଚନା ହୋଇଛି । ସରସ୍ୱତୀ ପୂଜା ପରେ ସ୍କୁଲ ଖୋଲିପାରେ । ଏ ଦିଗରେ ଉଚ୍ଚସ୍ତରୀୟ ଆଲୋଚନା ହୋଇଥିବା ଜଣାପଡ଼ିଛି । ସଂକ୍ରମଣ କମୁଥିବାରୁ ବିବାହ ଓ ଶୁଦ୍ଧକର୍ମରେ କଟକଣା ସାମାନ୍ୟ କୋହଳ କରି ଲୋକଙ୍କ ଯୋଗଦାନ ସଂଖ୍ୟା ବଢ଼ାଯାଇପାରେ । ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥିତି ନେଇ ଥିବା କଟକଣା କୋହଳ ହେବା ସମ୍ଭାବନା ଅଛି । ତେବେ ସାମାଜିକ ଦୂରତା, ମାସ୍କ ବ୍ୟବହାର ନେଇ ଥିବା କଟକଣା ପୂର୍ବଭଳି ବଳବତ୍ତର ରହିବ ।

Leave A Reply

Your email address will not be published.