ରାଜ୍ୟରେ ୨୪ ଘଣ୍ଟାରେ ୩୩୨୯ କୋଭିଡ୍ ପଜିଟିଭ୍ ଚିହ୍ନଟ

0 66

ଭୁବନେଶ୍ୱର ୩୧।୦୧ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୪୯୨୯୦ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୩୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୩୯୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୦୪ଜଣ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୮୫ଜଣ, ବାଲେଶ୍ୱର ଜିଲ୍ଲାରୁ ୧୪୧ଜଣ, ବରଗଡ଼ ଜିଲ୍ଲାରୁ ୪୬ଜଣ, ଭଦ୍ରକ ଜିଲ୍ଲାରୁ୫୭ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୭ଜଣ, ବୌଦ୍ଧ ଜିଲ୍ଲାରୁ ୪୯ଜଣ, କଟକ ଜିଲ୍ଲାରୁ ୨୯୩ଜଣ, ଦେଓଗଡ଼ ଜିଲ୍ଲାରୁ ୯୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୧ଜଣ, ଗଜପତି ଜିଲ୍ଲାରୁ ୬୪ଜଣ, ଗଞ୍ଜାମ ଜିଲ୍ଲାରୁ ୪୪ଜଣ, ଜଗତସିଂହପୁର ଜିଲ୍ଲାରୁ ୭୦ଜଣ, ଯାଜପୁର ଜିଲ୍ଲାରୁ ୯୯ଜଣ, ଝାରସୁଗୁଡା ଜିଲ୍ଲାରୁ ୭୪ଜଣ, କଳାହାଣ୍ଡି ଜିଲ୍ଲାରୁ ୧୦୭ଜଣ, କନ୍ଧମାଳ ଜିଲ୍ଲାରୁ ୪୩ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୭୩ଜଣ, କେନ୍ଦୁଝର ଜିଲ୍ଲାରୁ ୨୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୪୬ଜଣ, କୋରାପୁଟ ଜିଲ୍ଲାରୁ ୫୯ଜଣ, ମାଲକାନଗିରି ଜିଲ୍ଲାରୁ ୩୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୪୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୯୦ଜଣ, ନୟାଗଡ଼ ଜିଲ୍ଲାରୁ ୧୨୦ଜଣ, ନୂଆପଡ଼ା ଜିଲ୍ଲାରୁ ୧୨୯ଜଣ, ପୁରୀ ଜିଲ୍ଲାରୁ ୫୬ଜଣ, ରାୟଗଡ଼ା ଜିଲ୍ଲାରୁ ୬୬ଜଣ, ସମ୍ବଲପୁର ଜିଲ୍ଲାରୁ ୧୧୫ଜଣ, ସୋନପୁର ଜିଲ୍ଲାରୁ ୩୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୩୭ଜଣ, ଷ୍ଟେଟ ପୁଲ୍‌ରୁ ୧୩୬ଜଣ ରହିଛନ୍ତି ।

Leave A Reply

Your email address will not be published.