ରାଜ୍ୟରେ ୨୪ ଘଣ୍ଟାରେ ୩୦୮୬ କୋଭିଡ୍ ପଜିଟିଭ୍ ଚିହ୍ନଟ

PATNA, APR 11 (UNI):- Health worker takes swab sample of a migrants arrives from Maharashtra outside COVID-19 testing counter, amid rise in Covid-19 cases across the country, at Patna railway station on Sunday. UNI PHOTO-7U
0 71

ଭୁବନେଶ୍ୱର ୦୧।୦୨ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨୩୨୬ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୯୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୨୮୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୫୪ଜଣ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୮୨ଜଣ, ବାଲେଶ୍ୱର ଜିଲ୍ଲାରୁ ୭୬ଜଣ, ବରଗଡ଼ ଜିଲ୍ଲାରୁ ୩୬ଜଣ, ଭଦ୍ରକ ଜିଲ୍ଲାରୁ ୭୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୬ଜଣ, ବୌଦ୍ଧ ଜିଲ୍ଲାରୁ ୧୬ଜଣ, କଟକ ଜିଲ୍ଲାରୁ ୩୨୫ଜଣ, ଦେଓଗଡ଼ ଜିଲ୍ଲାରୁ ୬୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୧ଜଣ, ଗଜପତି ଜିଲ୍ଲାରୁ ୬୩ଜଣ, ଗଞ୍ଜାମ ଜିଲ୍ଲାରୁ ୪୬ଜଣ, ଜଗତସିଂହପୁର ଜିଲ୍ଲାରୁ ୭୪ଜଣ, ଯାଜପୁର ଜିଲ୍ଲାରୁ ୧୪୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬୯ଜଣ, କଳାହାଣ୍ଡି ଜିଲ୍ଲାରୁ ୭୭ଜଣ, କନ୍ଧମାଳ ଜିଲ୍ଲାରୁ ୨୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୯ଜଣ, କେନ୍ଦୁଝର ଜିଲ୍ଲାରୁ ୩୯ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୫୨ଜଣ, କୋରାପୁଟ ଜିଲ୍ଲାରୁ ୪୪ଜଣ, ମାଲକାନଗିରି ଜିଲ୍ଲାରୁ ୩୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୦୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୪ଜଣ, ନୟାଗଡ଼ ଜିଲ୍ଲାରୁ ୧୧୦ଜଣ, ନୂଆପଡ଼ା ଜିଲ୍ଲାରୁ ୧୦୬ଜଣ, ପୁରୀ ଜିଲ୍ଲାରୁ ୪୨ଜଣ, ରାୟଗଡ଼ା ଜିଲ୍ଲାରୁ ୪୦ଜଣ, ସମ୍ବଲପୁର ଜିଲ୍ଲାରୁ ୭୫ଜଣ, ସୋନପୁର ଜିଲ୍ଲାରୁ ୩୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୧୬ଜଣ, ଷ୍ଟେଟ ପୁଲ୍‌ରୁ ୧୨୫ଜଣ ରହିଛନ୍ତି ।

Leave A Reply

Your email address will not be published.