ଅବକାରୀ ଚଢଉ, ୨ ଗିରଫ

0 66

ପାରଳାଖେମୁଣ୍ଡି,   ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ବାଳକୃଷ୍ଣ ପରିଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପାରଳାଖେମୁଣ୍ଡି ଅବକାରୀ ଓ ଜିଲ୍ଲା ଭ୍ରାମ୍ୟମାଣ ଟିମ୍ ପକ୍ଷରୁ ପୁରୁଣାପାଟଣା ରାସ୍ତାରେ ଅତର୍କିତ ଚଢାଉ କରି ପେଟ୍ରୋଲ ପମ୍ପ ନିକଟରୁ ଜାଗିଲିସାହିର ଦୁଇଜଣ ଚୋରା ମଦ ବେପାରୀ ଯଥା ଟି. ଜଗଦିଶ୍ୱର ରାଓ (୫୫) ଓ ପି.ଗଙ୍ଗା (୪୫)ଙ୍କୁ ଗିରଫ କରିଥିବାର ସୂଚନା ପ୍ରଦାନ କରାଯାଇଛି । ଉଭୟ ଚୋରା ଦେଶୀମଦ ବେପାରୀଙ୍କ ଠାରୁ ୨୯ ଲିଟର ଦେଶୀ ଚୋରା ମଦ ଜବତ କରାଯାଇଛି । ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାଲ ବିଭାଗୀୟ ସୂତ୍ରରୁ ପ୍ରକାଶ । ଏପରି ଚଢଉ ଆଗକୁ ମଧ୍ୟ ଜାରି ରହିବ ଏବଂ ବିଶେଷ କରି ପଞ୍ଚାୟତ ନିର୍ବଚନକୁ ଦୃଷ୍ଟିରେ ରଖି ଆହୁରି କଡାକଡି କରାଯିବ ବୋଲି ମଧ୍ୟ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.