ପଡେଇକାନି ରେ ମାଁ ଠାକୁରାଣୀଙ୍କ ବାଲାଣି ପର୍ଵ

0 70

କଲ୍ୟାଣ ସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ରେ ସରସ୍ବତି ପୂଜା ପରିବର୍ତ୍ତେ ଗାଁ ଗାଁ ରେ ଆଦିବାସୀ ଙ୍କ ପରମ୍ପରା ଅନୁଯାୟୀ ମାଁ ଠାକୁରାଣୀଙ୍କ ବାଲାଣି ପର୍ବ ପାଳନ କରାଯାଉଛି। ଏହି ଠାକୁରାଣୀ ପର୍ବ ରେ ଆଦିବାସୀ ପାରମ୍ପରିକ ରୀତିନୀତି ଅନୁସାରେ ଜ୍ଵର, ବେମାର ହେଲେ ବେଜୁ, ବେଜୁଣି ଙ୍କ ଦ୍ଵାରା ମାନସିକ କରିଥାନ୍ତି । ମାନସିକ ପୂର୍ଣ୍ଣ ହେଲେ ବଲାଣି ଦିନରେ ମାନସିକ କରିଥିବା ପୂଜା ଗୁଡିକ ବେଜୁ ବେଜୁଣି ମଧ୍ୟରେ ମାନସିକ କରିଥିବା ବଳୀ  କୁକୁଡ଼ା, ପାରା,ଛେଲି ,ମେଣ୍ଢା ଓ ନଡ଼ିଆ ଇତ୍ୟାଦି କୁ ବାଲାଣି ଜାଗାରେ ପୂଜା କରାଯାଏ। ଏହିପରି ଆଦିବାସୀ ମାନେ ମାର୍ଗଶିର ମାସ ଠାରୁ ମାଘ ମାସ ମଧ୍ୟରେ କରିଥାନ୍ତି।ଏହି ବଲାଣି ପର୍ବ ପୂର୍ବ ଠାରୁ ପାଳିତ ହୋଇ ଆସୁଛି । ଏହି ବାଲାଣି ପର୍ବ ରେ ବାଜା ,ମୋଇରୀ ବଜେଇ ପୂର୍ଵ ରାତ୍ରରେ ବେଜୁ,ବେଜୁଣି ମାନେ ନାଛନ୍ତି।ସେହି ସମୟରେ ବେଜୁ ବେଜୁଣି ଦେହରେ ଦେବୀ ପ୍ରଶ୍ନ ହୁଅନ୍ତି।ସେହି ବିଶ୍ଵାସ ରେ ଦୁଃଖୀ ଗାରିବି ମାନେ ମାନସିକ କାରିଥାନ୍ତି। ବାଲାଣି ସମୟରେ ଗାଁ କୁଟୁମ୍ବ ଘରକୁ ଘର ଟଙ୍କା ଆଦାୟ କରି ଗୋରୁ,ଛେଲି, ମେଣ୍ଢା, କୁକୁଡ଼ା, ପାରା,ନଡ଼ିଆ ଇତ୍ୟାଦି କୁ ପୂଜା କରୁଥିବା ଗ୍ରାମବାସୀ ସାଙ୍ଗନା କାଡ୍ରାକା,କମାୟା ପିଡ଼ିସିକା, ଭିକ ପିଡ଼ିସିକା ଓ ରାଉତ ପିଡ଼ିସିକା ପ୍ରମୁଖ କହିଛନ୍ତି।

Leave A Reply

Your email address will not be published.