୨୪୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

0 71

ପାରଳାଖେମୁଣ୍ଡି: ଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଛକ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ସୂଚନା ଅନୁଯାୟୀ, ଶନିବାର ଦିନ ଆର୍.ଉଦୟଗିରି ଅବକାରୀ ବିଭାଗ ପକ୍ଷରୁ ଚନ୍ଦ୍ରଗିରି ଠାରୁ ଚାନ୍ଦିପୁଟ ପର୍ଯ୍ୟନ୍ତ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ଚନ୍ଦ୍ରଗିରି ଜଙ୍ଗଲ ରାସ୍ତାରେ ଏକ ମ୍ୟାକ୍ସ ପିକଅପ୍ ଭ୍ୟାନ୍ ଉପରେ ସନ୍ଦେହ କରି ଅବକାରୀ ବିଭାଗ କର୍ମଚାରୀମାନେ ଉକ୍ତ ଗାଡ଼ିର ପିଛା କରିଥିଲେ । ଚାନ୍ଦିପୁଟ ଛକ ନିକଟରେ ଗାଡ଼ିକୁ ଅଟକାଇ ତନ୍ନ ତନ୍ନ କରି ଯା୦ଚ  କରିବା ପରେ ସେଥିରୁ ୨୪୦ କେଜି ଓଜନର ୮ ପ୍ୟାକେଟ ଗଞ୍ଜେଇ ମିଳିଥିଲା । ଘଟଣାକୁ ନେଇ ଗାଡ଼ିରେ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମୋହନା ଥାନା ଅନ୍ତର୍ଗତ ଯୁବଗାଁ ଅଞ୍ଚଳର ଅଶୋକ କୁମାର ନାୟକ ବୋଲି ଜଣାପଡ଼ିଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ଆନୁମାନିକ ୧୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆର୍. ଉଦୟଗିରି ଅବକାରୀ ଉପ-ନିରୀକ୍ଷକ ବିଙ୍ଗରାଜ ଦାମି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.