ନନ୍ଦନକାନନରେ ଧଳା ବାଘୁଣୀ ଶାବକ ରକି ଅସୁସ୍ଥ

0 65

ବାରଙ୍ଗ ୧୦।୨: ନନ୍ଦନକାନନରେ ଧଳା ବାଘୁଣୀ ବିଜୟାର ୧୦ ମାସର ଛୁଆ ରକି ଗୁରୁତର । ୪ ଦିନ ହେଲା ରକିର ତରଳ ଝାଡା ହେବା ସହ ତା ଦେହରେ ତାତି ରହୁଛି । ସେ କିଛି ଖାଦ୍ୟ ପଦାର୍ଥ ଗ୍ରହଣ କରୁନାହିଁ । ଓୟୁଏଟି ବିଶେଷଜ୍ଞ ଡା. ନିରଞ୍ଜନ ସାହୁଙ୍କ ନେତୃତ୍ବରେ ନନ୍ଦନକାନନ ପ୍ରାଣୀ ଚିକିତ୍ସକ ଡା. ରମଣୀରଞ୍ଜନ ବିଶ୍ବାଳ ଓ ଡା. ଶରତ କୁମାର ସାହୁଙ୍କ ଦ୍ବାରା ତାର ଚିକିତ୍ସା କରାଯାଉଛି । ବୁଧବାରଠାରୁ ରକିକୁ ସାଲାଇନ ସହିତ ଆଣ୍ଟିବାୟୋଟିକ ଦିଆଯାଉଛି । ରକ୍ତ ନମୁନା ପରୀକ୍ଷା ରିପୋର୍ଟରୁ ଜଣାପଡିଛି, ରକି ଦେହରେ କାନାଇନ୍ ପ୍ରାଭୋ ନାମକ ଭାଇରସ୍ ସଂକ୍ରମଣ ହୋଇଛି । ଗତବର୍ଷ ମାର୍ଚ୍ଚ ମାସରେ ଧଳା ବାଘୁଣୀ ବିଜୟା ସହିତ ସେଫ୍ ର ମିଳନରୁ ତିନୋଟି  ବାଘ ସାବକ ଜନ୍ମ ହୋଇଥିଲେ । ସେଥି ମଧ୍ୟରୁ ଚଳିତ ମାସ ୨ ତାରିଖରେ ବିଜୟାର ୧୦ମାସର ଛୁଆ ବଂଶୀର ଏହି ରୋଗରେ ପୀଡିତ ହୋଇ  ମୃତ୍ୟୁ ହୋଇଥିଲା । ଏବେ ରକିଠାରୁ ଅନ୍ୟ ବାଘକୁ ଭାଇରସ୍ ସଂକ୍ରମଣ ହେବାର ଆଶଙ୍କା ଥିବାରୁ ରକିକୁ ସ୍ବତନ୍ତ୍ର କୋଠରୀରେ ରଖାଯାଇଛି ।

Leave A Reply

Your email address will not be published.