ସ୍କୁଲ ନିକଟରେ ଲାଗିଲା ମାଓ ପୋଷ୍ଟର

0 73

ବାଲିଗୁଡ଼ା ୧୨।୦୨ : ପୁଣି ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର । ବାଲିଗୁଡ଼ାରେ କୋଟଗଡ଼ ଥାନା ରଡ଼ିଗୁମା ସ୍କୁଲ ନିକଟରେ ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ସିପିଆଇ ବାଘୁନା ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଜଣାପଡିଛି । ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ଦୁର୍ନୀତି ଦରଦାମ ବୃଦ୍ଧି, ବେରୋଜଗାର ଦମନ, ବିସ୍ଥାପନକୁ ବିରୋଧ, ଜଙ୍ଗଲ ଜମି ପଟ୍ଟା  ଓ ପେସା ଆଇନ ଲାଗୁ କରିବା ଭଳି ମୌଳିକ ଆବଶ୍ୟକତା ଦାବୀ ରହିଛି । ଏହାସହିତ ଆଗାମୀ ତ୍ରୀସ୍ତରୀୟ ନିର୍ବାଚନ ବର୍ଜନ କରି ବିପ୍ଲବୀ ଲୋକ ସରକାର କରିବାକୁ ଆହ୍ୱାନ ଦେଇଛନ୍ତି l ସିପିଆଇ ବାଘୁନା ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି l ପୋଷ୍ଟର ପରେ ଗାଁରେ ଭୟର ବାତ୍ତାବରଣ ଦେଖିବାକୁ ମିଳିଛି ।

Leave A Reply

Your email address will not be published.