ଆଜି ପୁରୀରେ ପହଞ୍ଚିବେ ରାଷ୍ଟ୍ରପତି

0 70

୨ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ : ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।  ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାଷ୍ଟ୍ରପତି ଆଜି ଅପରାହ୍ନ ୨ଟା ୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ୩ଟା ୨୫ରେ ପୁରୀରେ ହେଲିପ୍ୟାଡରେ ଅବତରଣ କରିବେ । ଏହାପରେ ପୁରୀସ୍ଥିତ ରାଜଭବନରେ ଅବସ୍ଥାନ କରିବେ ।

ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ସେଠାରୁ ୫ଟା ୪୫ରେ ବାହାରିବେ । ଏଥିପାଇଁ ଆଜି ଅପରାହ୍ନ ୪ଟାରୁ ୬ଟା ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ଦର୍ଶନ ସାରି ରାଷ୍ଟ୍ରପତି ରାଜଭବନରେ ରାତ୍ରିଯାପନ କରିବା ପାଇଁ ବ୍ୟବସ୍ଥା ହୋଇଛି ।

ସେହିଭଳି ଆସନ୍ତାକାଲି ଅର୍ଥାତ୍ ୨୦ତାରିଖ ସକାଳ ୧୦ଟା ୩୫ରେ ଗୌଡୀୟ ମଠ ପରିଦର୍ଶନ କରି ପୂର୍ବାହ୍ନ ୧୧ଟାରେ ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜଙ୍କ ୧୫୦ତମ ଜୟନ୍ତୀ ସମାରୋହ ଉତ୍ସବରେ ଯୋଗ ଦେବେ ।

Leave A Reply

Your email address will not be published.