କରୋନା ଟିକା କୋର୍ବେଭାକ୍ସକୁ ଅନୁମତି

0 69

ନୂଆଦିଲ୍ଲୀ : ହାଇଦରାବାଦସ୍ଥିତ ଫାର୍ମାସ୍ୟୁଟିକାଲ କମ୍ପାନୀ ବାୟୋଲୋଜିକାଲ-ଇ ଲିମିଟେଡ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋର୍ବେଭାକ୍ସକୁ ଜରୁରୀ ବ୍ୟବହାର ଅନୁମତି ମିଳିଛି। ସୋମବାର ଭାରତ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଏହି ଟିକାକୁ ଜରୁରୀ ବ୍ୟବହାର ଅନୁମତି ଦେଇଛନ୍ତି। ୧୨ରୁ ୧୮ବର୍ଷର ପିଲାଙ୍କୁ ଏହି କରୋନା ଟିକା ଦିଆଯିବ। ସମ୍ପ୍ରତ୍ତି କରୋନା ଟିକାକରଣ ଅଭିଯାନରେ ୧୫ରୁ ଅଧିକ ବୟସର ପିଲାଙ୍କୁ ଟିକା ଦିଆଯାଉଛି। ୧୨ବର୍ଷ ପିଲାଙ୍କୁ କେବେଠାରୁ ଟିକା ଦିଆଯିବ ସେ ସମ୍ପର୍କରେ ସରକାର ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବେ। ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନକୁ ୧୫ରୁ ୧୮ବର୍ଷ ପିଲାଙ୍କୁ ଦିଆଯାଉଛି। କୋର୍ବେଭାକ୍ସ ହେଉଛି ଭାରତର ପ୍ରଥମ ସ୍ବଦେଶୀ ପ୍ରସ୍ତୁତ ଆରବିଡି କରୋନା ଟିକା। ଗତବର୍ଷ ଡିସେମ୍ବରରେ ଏହି ଟିକାକୁ ବୟସ୍କଙ୍କ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା। ମାତ୍ର ଏହାକୁ କରୋନା ଟିକାକରଣ ଅଭିଯାନରେ ସାମିଲ କରାଯାଇ ନାହିଁ।

Leave A Reply

Your email address will not be published.