ଶେଷ ଯାତ୍ରାରେ ହେମାନନ୍ଦ ବିଶ୍ୱାଳ

0 78

ଭୁବନେଶ୍ୱର: ପରଲୋକରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ । ୮୩ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି ହେମାନନ୍ଦ । ଗତକାଲି ହେମାନନ୍ଦଙ୍କ ମୃତ୍ୟୁ ପରେ ସାରା ଓଡ଼ିଶାରେ ଖେଳି ଯାଇଥିଲା ଶୋକର ଛାୟା । ଆଜି ବିଧାନସଭାରେ ସ୍ୱର୍ଗତ ହେମାନନ୍ଦ ବିଶ୍ବାଳଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ବିଧାନସଭା ପରିସରରେ ସ୍ୱର୍ଗତ ବିଶ୍ୱାଳଙ୍କ ମରଶରୀରରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆଜି ହେମାନନ୍ଦଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ବିଧାନସଭାକୁ ନିଆଯାଇଥିଲା । ବିଧାନସଭାରେ ଗାର୍ଡ ଅଫ ଅନର ଦିଆଯିବା ପରେ  ତାଙ୍କ ପାର୍ଥିବ ଶରୀରକୁ କଂଗ୍ରେସ ଭବନକୁ ନିଆଯାଇଥିଲା । କଂଗ୍ରେସ ଭବନରେ ହେମାନନ୍ଦଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବରିଷ୍ଠ ନେତା ।

Leave A Reply

Your email address will not be published.