ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

0 77

ସେମିରେ ଉତ୍କଳିକା ଓ ଫାଇନାଲରେ ଜେସିସି ଦଳ


ଭଦ୍ରକ: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ମଞ୍ଜୁରୀରୋଡ ଡାକ୍ତରଖାନା ପଡିଆରେ ବିମ୍ବାଧର ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ୱାଟର ଫାଇନାଲ ଓ ପ୍ରଥମ ସେମିଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଇଯାଇଛି । ପୁରୀ ମହାବୀର ଯୁଥ କ୍ଲବ ଓ ବାସୁଦେବପୁର ଉତ୍କଳିକା ମଧ୍ୟରେ ଅନୁଷ୍ଠିତ ତୃତୀୟ କ୍ୱାଟର ଫାଇନାଲ ମ୍ୟାଚରେ ବାସୁଦେବପୁର ଦଳ ଟସ ଜିଣି ନିର୍ଦ୍ଧାରିତ ୧୫ ଓଭରରେ ୬ ଉଇକେଟ ହରାଇ ୧୯୪ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ବସନ୍ତ ମହାଳିକ ୬୨ ରନ ଓ ଚନ୍ଦ୍ରଶେଖର ବେହେରା ୪୮ ରନ ସ୍କୋର କରିଥିଲେ । ବିପକ୍ଷ ଦଳର ବୋଲର ଆଲୋକ ମହାପାତ୍ର ୩ ଓଭର ବୋଲିଂ କରି ୩୬ ରନ ଦେଇ ୨ ଉଇକେଟ ହାସଲ କରିଥିଲେ । ଜବାବରେ ପୁରୀ ମହାବୀର ଦଳ ୧୫ ଓଭରରେ ୪ ଉଇକେଟ ହରାଇ ମାତ୍ର ୧୪୮ ରନ କରି ପରାଜିତ ହୋଇଥିଲା । ସନତ ସିଂ ଦେଓ ୫୨ ରନ ଓ ଅଜୟ ମାଝୀ ୪୧ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ମାନସ ମୁଦୁଲି ୩ ଓଭରରେ ୧୯ ରନ ଦେଇ ୨ ଉଇକେଟ ହାସଲ କରିଥିଲେ । ବସନ୍ତ ମହାଳିକ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ଦ୍ୱିତୀୟାର୍ଦ୍ଧରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚ ଜେ.ସି.ସି. ଭଦ୍ରକ ଓ ଉତ୍କଳିକା ବାସୁଦେବପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜେ.ସି.ସି ଦଳ ଟସ ଜିଣି ୧୬ ଓଭରରେ ସମସ୍ତ ଉଇକେଟ ହରାଇ ୧୮୧ ରନ ସଂଗ୍ରହ କରିଥିଲା । ଜିତେନ୍ଦ୍ର କୁମାର ଭୋଇ ୮୪ ରନ ଓ ଅଜୟ ରାଉତ ୨୫ ସ୍କୋର କରିଥିଲେ । ବିପକ୍ଷ ଦଳର ବୋଲର ମାନସ ମୁଦୁଲି ୪ ଓଭରରେ ୪୪ ରନ ଦେଇ ୩ ଉଇକେଟ ଓ ପ୍ରୀତିରଞ୍ଜନ ୩ ଓଭରରେ ୨୨ ରନ ଦେଇ ୨ ଉଇକେଟ ହାସଲ କରିଥିଲେ । ଜବାବରେ ଉତ୍କଳିକା ବାସୁଦେବପୁର ଦଳ ୧୪.୩ ଓଭରରେ ସମସ୍ତ ଉଇକେଟ ହରାଇ ୮୪ ରନ କରି ପରାଜିତ ହୋଇଥିଲା । ବସନ୍ତ ମହାଳିକ ୨୨ ରନ ସ୍କୋର କରିଥିଲେ । ବିପକ୍ଷ ବୋଲର କିଷନ ମୋହନ ମହାନ୍ତି ୪ ଓଭରରେ ୧୮ ରନ ଦେଇ ୪ ଉଇକେଟ ଓ ଚିତ୍ତରଞ୍ଜନ ୦.୩ ଓଭରରେ ବିନା ରନ ସହ ୨ ଉଇକେଟ ହାସଲ କରିଥିଲେ । ଜିତେନ୍ଦ୍ର କୁମାର ଭୋଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ଜି.ଏମ.ମେଡିସିନି ପକ୍ଷରୁ ସୁଶାନ୍ତ କୁମାର ସ୍ୱାଇଁ ଅତିଥି ଭାବେ କୃତୀ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ । ଚିନ୍ମୟ କୁମାର ସେନାପତି ଓ ସଞ୍ଜୟ ଶତପଥି ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ସନ୍ତୋଷ ଖଣ୍ଡାଇ, ଅଜୟ ବାରିକ ଓ ମାନସ ପଣ୍ଡା ସ୍କୋରର, ବିଜୟ କୁମାର ଜେନା ମ୍ୟାଚ ରେଫରୀ ଏବଂ ନାରାୟଣ ଜେନା ଓ ପ୍ରତ୍ୟୁଷ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ ।

Leave A Reply

Your email address will not be published.