ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ: ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ ତାପମାତ୍ରା

Summer heat on the thermometer
0 71

ଭୁବନେଶ୍ୱର,୨୨/୦୩: ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଏବେ କମିବ ନାହିଁ । ଜାରି ରହିବ ତାତି । ଆସନ୍ତା ୪ ଦିନ ଭିତରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଅନ୍ୟପକ୍ଷରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ ତାପମାତ୍ରା। ତେବେ ଉପକୂଳ ଓଡ଼ିଶା ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୨ ଡିଗ୍ରୀ ଉପରେ ରହିବ ।

ସୋମବାର ରାଜ୍ୟର ୪ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ କିମ୍ବା ତା’ଠାରୁ ଅଧିକ ଥିଲା । ଝାରସୁଗୁଡ଼ା ତାପମାତ୍ରା ୪୦.୨, ବଲାଙ୍ଗିର ୪୦, ଟିଟିଲାଗଡ଼ ୪୦ ଓ ବୌଦ୍ଧ ୪୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ବାରିପଦା ତାପମାତ୍ରା ୩୯, ଭଦ୍ରକ ୩୮.୨, ସମ୍ବଲପୁର ୩୮.୯, ସୁନ୍ଦରଗଡ଼ ୩୮, ହୀରାକୁଦ ୩୮.୩, ତାଳଚେର ୩୮, ଭଦ୍ରକ ୩୮.୨ ଡିଗ୍ରୀ ଥିଲା ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ପାଗ ବଦଳିବା ସମ୍ଭାବନା ନାହିଁ । ତଥାପି ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ମାତ୍ର ଅଧିକ ଅଞ୍ଚଳରେ ବର୍ଷା ସମ୍ଭାବନା ନାହିଁ ।

Leave A Reply

Your email address will not be published.