ବିଷାକ୍ତ ଚକୋଲେଟ୍ ଖାଇ ୪ ଶିଶୁଙ୍କ ମୃତ୍ୟୁ

0 66

କୁଶୀନଗର: ବିଷାକ୍ତ ଚକୋଲେଟ୍ ଖାଇ ଉତ୍ତରପ୍ରଦେଶର କୁଶୀନଗରରେ ୪ ଜଣ ନୀରିହ ଶିଶୁଙ୍କ ପ୍ରାଣହାନୀ ଘଟିଛି । ଏହି ଘଟଣା ପରେ ସମଗ୍ର ଅଂଚଳରେ ଆତଙ୍କ ଖେଳିଯାଇଛି । ଲୋକମାନେ ନିଜ ଛୁଆର ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡିଥିବା କୁହାଯାଉଛି । କୁହାଯାଉଛି କି ଯେଉଁ ଚକୋଲେଟ୍ ଖାଇ ଛୁଆମାନେ ରୋଗରେ ପଡିଥିଲେ ସେମାନଙ୍କର ସେଥିରେ ମୃତ୍ୟୁ ହୋଇଥିଲା । ଏହି ଚକୋଲେଟ୍ ଗୁଡିକ ତାଙ୍କର ଘର ବାହାରେ ରଖାଯାଇଥିଲା । ପୋଲିସର ସୂଚନା ଅନୁସାରେ, ଚାରିଜଣ ଶିଶୁ ଚକୋଲେଟ୍ ଖାଇଥିଲେ । ଏହାପରେ ଏମାନେ ହଠାତ୍ ରୋଗରେ ପଡିଥିଲେ । ପରେ ଏମାନଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା । ଆଉ ସେଠାରେ ସେମାନଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ପଛରେ କୌଣସି ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଏହି ଘଟଣାରେ ଅଭିଯୋଗ କରିଥିବା ଅଭିଭାବକ ମାନେ କହିଛନ୍ତି ଯେ ଦୁଇ ବର୍ଷ ପୂର୍ବରୁ ଆମର ଜଣେ ସମ୍ପର୍କିୟଙ୍କ ସହ ଏଭଳି ଘଟଣା ଘଟିଥିଲା । ପୋଲିସ ଏହି ଘଟଣାରେ ଅନୁସନ୍ଧାନ କରିବ ବୋଲି ଭରସା ଦେଇଛି ।

Leave A Reply

Your email address will not be published.