ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଯବାନ ଆହତ

0 79

ମାଲକାନଗିରି ୨୯।୦୩ : ପୁଣି ଲାଲ ଆତଙ୍କ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଛି । ଏଥିରେ ଦୁଇ ଜଣ ଡିଆର୍‌ଜି ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଆହତଙ୍କ ଅବସ୍ଥାରେ ହେଲକାପ୍ଟର ଯୋଗେ ରାୟପୁର ସ୍ଥାନାନ୍ତରିତ କରାଯାଇଛି । ଖବର ଅନୁଯାୟୀ, ଛତିଶଗଡ଼ ନାରାୟଣପୁର ଜିଲ୍ଲା କୁରୁସନାଡ ଥାନା ଅନ୍ତର୍ଗତ ଧାରାବାହି ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ସୁରକ୍ଷା ଦେବା ଲାଗି ବାଇକରେ ଯାଉଥିଲେ ଯବାନ । ହେଲେ ଯବାନଙ୍କୁ ଆସିବା ଦେଖି ନକ୍ସଲମାନେ ପୂର୍ବରୁ ପ୍ଲାଣ୍ଟ କରିଥିବା ଲ୍ୟାଣ୍ଡମାଇନକୁ ବିସ୍ଫୋରଣ କରିଥିଲେ। ଏଥିର ୨ଜଣ ଯବାନ ଆହତ ହୋଇଛନ୍ତି । ପରେ ସେମାନଙ୍କୁ ହେଲିକାପ୍ଟର ଯୋଗେ ରାୟପୁର ସ୍ଥାନାନ୍ତରିତ କରାଯାଇଛି । ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଯୋରଦାର କୁମ୍ବିଂ ଅପରେସନ ଆରମ୍ଭ ହୋଇଛି ।

Leave A Reply

Your email address will not be published.