ପାନୀୟ ଜଳ ପାଇଁ ଡହଳ ବିକଳ ଚଡ଼ିଆପଦା ଗ୍ରାମବାସୀ

0 70

ଗଜପତି: ଗଜପତି ଜିଲ୍ଲା ମୋହନା ବ୍ଲକ ପାଣିଗଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚଡିଆପଦା ଗ୍ରାମରେ ପାଣି ପାଇଁ ଡହଳ ବିକଳ ହେଉଛନ୍ତିଗ୍ରାମ ବାସୀ । ଗ୍ରାମରେ ଏକ ମାତ୍ର ନିର୍ଭର ଯୋଗ୍ୟ ବହୁପୁରାତନ ତଥା ବିପଦଶଙ୍କୁଳ ଅବସ୍ଥାରେ ଥିବା କୂପ ଗତ ମଙ୍ଗଳବାର ଦିନ ଭୁଷୁଡି ଯିବା ଫଳରେ ଦୁଇଜଣ ମହିଳା ଗୁରୁତର ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି କୂପ ଭୁଷୁଡି ଯିବାପରେ କୂପଟି ସମ୍ପୂର୍ଣ ପୋତି ହୋଇ ଯାଇଛି, ଯାହାରି ଫଳରେ ଗ୍ରାମର ସମସ୍ତ ପରିବାର ପାଣି ନ ପାଇ ସାରା ଦିନ ତୃଷ୍ଣା ମେଣ୍ଟାଇ ନ ପାରିବା ସହ  ଭୋକଉପବାସରେ ରହିଥିଲେ । ହେଲେ ତହିଁ ପରଦିନ ଗ୍ରାମବାସୀ ଏକ ଛୋଟ ଚୁଆଁ ଖୋଳି ସେହି ପାଣି ବ୍ୟବହାର କରୁଛନ୍ତି । ଯାହାକି ଉକ୍ତ ପାଣି ପିଇଲେ ବିଭିନ୍ନ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ହେଲେ ଉପାୟ ନ ପାଇ ବାଧ୍ୟ ହୋଇ ଏହି ଚୂଆଁ ପାଣି ଭରଷାରେ କାଳାତିପାତ କରୁଛନ୍ତି । ପାନୀୟଜଳ ସମସ୍ୟାକୁ ନେଇ ପ୍ରଶାସନକୁ ଗ୍ରାମବାସୀ ଅବଗତ କରାଇ ପ୍ରତିକାର ପାଇଁ ଅନୁରୋଧ କରିଥିଲେ ମଧ୍ୟ ପ୍ରଶାସନ କୌଣସି ବିକଳ୍ପ ବ୍ୟବସ୍ଥା ଯୋଗାଇ ନ ଥିବାର ଗ୍ରାମବାସୀ କହିଛନ୍ତି । ଅନ୍ୟପକ୍ଷରେ ଗ୍ରାମରେ ଥିବା ଏକ ଭଙ୍ଗ। ନଳକୂପ ସଜଡା ଯାଇଥିଲେ ମଧ୍ୟ ସେଥିରୁ କାଦୁଅ ପାଣି ବାହାରୁଛି । ଯାହାକି ପିଇବା ପାଇଁ ଆଦୈ ଗ୍ରହଣ ଯୋଗ୍ୟ ନୁହଁ ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ ।  ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଡୁଥିବାରୁ ପାନୀୟ ଜଳ କଷ୍ଟ ଲୋକଙ୍କୁ ଅନେକ ବାଧୁଛି । ଜଳ ବିନା ବଞ୍ଚିବା ସମ୍ଭବ ନୁହଁ କଥାଟି ଏହି ଗ୍ରାମବାସୀ ଙ୍କୁ ଦେଖିଲେ ସ୍ଵଷ୍ଠ ଭାବେ ଜଣାପଡୁଛି । ଉକ୍ତ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.