ବସ୍‌ ଓ ଗ୍ୟାସ୍‌ ଟ୍ୟାଙ୍କର ମୁହାଁମୁହିଁ ଧକ୍କା : ୧୫ ଯାତ୍ରୀ ଆହତ

0 73

ନୟାଗଡ଼ ୦୨।୦୪ : ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଟାକରା ଘାଟିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ବସ୍‌ ଓ ଗ୍ୟାସ୍‌ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇ ଏଥିରେ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ବସ୍‌ ଡ୍ରାଇଭର ଗୁରୁତର ହୋଇଛନ୍ତି । ଏହା ସହିତ ବାକି ବସ୍‌ରେ ଥିବା ୧୫ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ସରକାରୀ ବସଟି କଣ୍ଟାମାଳରୁ ଭୁବନେଶ୍ବର ଅଭିମୁଖେ ଆସୁଥିଲା। ବିପରୀତ ଦିଗରୁ ଏକ ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଟ୍ରକଟି ବଲାଙ୍ଗୀର ଅଭିମୁଖେ ଯାଉଥିଲା । ଦଶପଲ୍ଲା ଟାକରା ଘାଟି ନିକଟରେ ବସ୍‌ ଓ ଗ୍ୟାସ୍‌ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ବସ୍‌ ଡ୍ରାଇଭର ଗୁରୁତର ହୋଇଛନ୍ତି । ଏହାସହିତ ବସ୍‌ରେ ୧୫ ଯାତ୍ରୀ ଆହତ ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.