ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ

0 74

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଛି ଭିଜିଲାନ୍ସ । ଅସାଧୁ ସରାକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ଆଜି ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ ଫସିଛନ୍ତି । ଭଞ୍ଜନଗର ଏମଆଇ ଡିଭିଜନର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରେ ତନାଘନା କରୁଛି ଭିଜିଲାନ୍ସ ଟିମ୍‌ । ଭିଜିଲାନ୍ସର ୫ଜଣ ଡିଏସପି, ୧୧ଜଣ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଥିବା ଜଣାପଡ଼ିଛି । ଭୁବନେଶ୍ୱର, ଖୋର୍ଦ୍ଧା ଓ ଗଞ୍ଜାମରେ ରହିଥିବା କାର୍ଯ୍ୟାଳୟ ଓ  ଘରେ ତନତନ କରି ଯାଞ୍ଚ କରୁଛି ଟିମ୍‌ । ସୂଚନା ଅନୁଯାୟୀ ଭଞ୍ଜନଗରରେ ରହିଥିବା କ୍ବାର୍ଟର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଯାଞ୍ଚ କରୁଛି । ଏଥି ସହିତ ଭୁବନେଶ୍ୱରର ଖଣ୍ଡଗିରିରେ ରହିଥିବା ୩ ମହଲା କୋଠା ସହ ୨ଟି ଆପାର୍ଟମେଣ୍ଟରେ ମଧ୍ୟ ଚଢ଼ାଉ ଚାଲିଛି । ଗଞ୍ଜାମର ଖଲିକୋଟରେ ରହିଥିବା ଘରେ ମଧ୍ୟ  ଚଢ଼ାଉ ଚାଲିଛି ।

Leave A Reply

Your email address will not be published.