ଅଲିଭ୍‌ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ ଶେଷ

0 68

ବ୍ରହ୍ମପୁର: ପ୍ରକୃତି ବିସ୍ମୟ ବିରଳ ପ୍ରଜାତିର ଅଲିଭ୍‌ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ ଶେଷ ହୋଇଛି। ପୃଥିବୀର ଦ୍ୱିତୀୟ ବୃହତ୍ତମ ଏନ୍ତୁଡ଼ିଶାଳ ଭାବେ ପରିଚିତ ଗଞ୍ଜାମ ସମୁଦ୍ର ଉପକୂଳର ଗୋଖରକୁଦା, କଣ୍ଟିଆଗଡ଼ ଅଞ୍ଚଳରେ ପହଞ୍ଚି ବିରଳ ପ୍ରଜାତିର ଅଲିଭ୍‌ରିଡଲେ କଇଁଛମାନେ ଅଣ୍ଡାଦାନ କରିଛନ୍ତି। ଚଳିତ ବର୍ଷ ସର୍ବକାଳୀନ ରେକର୍ଡ ସଂଖ୍ୟକ ଅଣ୍ଡାଦାନ ହୋଇଛି। ସୁଦୂର ଶ୍ରୀଲଙ୍କାରୁ ଆସିଥିବା ଏହି ବିରଳ ପ୍ରଜାତିର ଅଲିଭ୍‌ରିଡ୍‌ଲେ କଇଁଛମାନେ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣରେ ଏକାଠି ହୋଇ ସମୂହ ଅଣ୍ଡାଦନ କରିଛନ୍ତି। ଦକ୍ଷିଣା ପବନର ପାଗ ଅନୁକୂଳରେ ସାଢ଼େ ୫ ଲକ୍ଷ ଅଲିଭ୍‌ରିଡଲେ କଇଁଛ ପାଖାପାଖି ସାଢେ ୫ କୋଟି ଅଣ୍ଡାଦାନ କରିଥିବା ବନବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ଯାହାକି ସର୍ବକାଳୀନ ରେକର୍ଡ ବୋଲି ବ୍ରହ୍ମପୁର ଡି.ଏଫ୍.ଓ ଅମ୍ଳାନ ନାୟକ କହିଛନ୍ତି। ତେବେ କଇଁଛ ଅଣ୍ଡାର ସୁରକ୍ଷା ପାଇଁ ୩ କିଲୋମିଟର ଦୀର୍ଘ ଉପକୂଳକୁ ୫୦ ଟି ସେଗ୍‌ମେଣ୍ଟରେ ବିଭକ୍ତ କରାଯାଇ ଭାଗ ଭାଗ କରାଯାଇଛି। ଅଣ୍ଡାର ସୁରକ୍ଷା ପାଇଁ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୮ ଦିନ ମଧ୍ୟରେ ସାଢ଼େ ୫ ଲକ୍ଷ ଅଲିଭ୍ ରିଡ୍‌ଲେ ଗଣ ଅଣ୍ଡାଦାନ କରାଯାଥିବା ସୂଚନା ମିଳିଛି। ଗତ ବର୍ଷ ଗଣ ଅଣ୍ଡାଦାନର ବ୍ୟତିକ୍ରମ ଦେଖାଦେଇଥିବା ବେଳେ ଚଳିତ ବର୍ଷ ଆଇଲ୍ୟାଣ୍ଡ୍ ମଧ୍ୟରେ ଗଣ ଅଣ୍ଡାଦାନ କରିଥିବା ବନ ବିଭାଗ ଅଧିକାରୀ କହିଛନ୍ତି। ଅଣ୍ଡା ଦାନର ୫୦ ଦିନ ପରେ ଅଣ୍ଡାରୁ ଛୁଆ ଜନ୍ମ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବ୍ରହ୍ମପୁର ଡି.ଏଫ୍.ଓ କହିଛନ୍ତି। ଅଲିଭ୍‌ରିଡଲେ କଇଁଚ ଗଣଅଣ୍ଡା ଦାନ ସମସ୍ଥଙ୍କୁ ବେଶ୍ ଆକୃଷ୍ଟ କରିଛି। ଋଷିକୂଲ୍ୟା ମୁହାଣରେ ଭିଡ଼ ଲଗାଇଛନ୍ତି ପର୍ଯ୍ୟଟକ। ବନ ବିଭାଗର ସୁବ୍ୟବସ୍ଥା ସାଙ୍ଗକୁ ଅନୁକୂଳ ପରିବେଶ ହିଁ ଗଣ ଅଣ୍ଡାଦାନରେ ସର୍ବକାଳୀନ ରେକର୍ଡ ଭଙ୍ଗ କରିଥିବା କହିଛନ୍ତି ସ୍ୱେଚ୍ଛାସେବୀ ସଂଗଠନ। କେନ୍ଦ୍ରାପଡାର ଗହୀରମଥା, ପୁରୀର ଦେବୀ ମୁହାଣ ଏବଂ ଗଞ୍ଜାମର ଋଷିକୂଲ୍ୟା ମୁହାଣରେ ହିଁ ବିରଳ ପ୍ରଜାତିର ଅଲିଭ୍‌ରିଡଲେ କଇଁଛ ଗଣଅଣ୍ଡା ଦାନ କରିଥାନ୍ତି। ତେବେ ଏଥର ଋଷିକୂଲ୍ୟା ମୁହାଣରେ ରେକର୍ଡସଂଖ୍ୟକ ଅଣ୍ଡାଦାନ ହୋଇଛି।

Leave A Reply

Your email address will not be published.