ଟ୍ରକ ଚୋରି ରାକେଟ୍‌ର ପର୍ଦ୍ଦାଫାଶ: ୪ ଗିରଫ

0 71

ବଡ଼ବିଲ ୧୧।୦୪ : ଟ୍ରକ୍ ଚୋରି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ଏକ ଟିପ୍ପରକୁ ଝାଡଖଣ୍ଡର ଜଗନ୍ନାଥପୁର ଅଞ୍ଚଳରୁ ଉଦ୍ଧାର କରିଛି ଯୋଡ଼ା ପୋଲିସ୍ । ଗିରଫ ଅଭିଯୁକ୍ତମାନେ ବଡ଼ବିଲର ସାହାନାୱାଜ ଖାନ୍, ଝାଡ଼ଖଣ୍ଡ ଜଗନ୍ନାଥପୁର ମୌଲାନା ନଗରର ପରବେଜ ଆଲମ, ବାଂଶପାଣିର ବିକାଶ ଆପଟ୍ଟ ଓ ନିରଞ୍ଜନ ମହାନ୍ତି ବୋଲି ଜଣାପଡିଛି। ଖବର ଅନୁଯାୟୀ, ବାଂଶପାଣିର ଗଣେଶ ପଲେଇଙ୍କ  ଓଆର-୦୯-ଏଚ୍-୩୦୪୪ ଟିପ୍ପରଟି ତାଙ୍କ ଘର ଆଗରୁ ଚୋରି ହୋଇଯାଇଥିଲା । ଏନେଇ ଗତ ୬ ତାରିଖରେ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଦୁର୍ବୃତ୍ତମାନେ ଟିପ୍ପରଟିକୁ ନେଇ ଝାଡ଼ଖଣ୍ଡ ଜଗନ୍ନାଥପୁରରେ ଏକ କବାଡ଼ିବାଲାକୁ ବିକ୍ରି କରିଥିବା ନେଇ କିଛି ଟ୍ରକ୍ ମାଲିକ ସୂଚନା ପାଇବା ପରେ ପୋଲିସକୁ ଜଣାଇଥିଲେ । ଯୋଡ଼ା ପୋଲିସର ଏକ ଟିମ୍ ଝାଡ଼ଖଣ୍ଡ ରାଜ୍ୟର ଜଗନ୍ନାଥପୁର ଅଂଚଳରର ଚଢାଉ କରି ସେଠାରୁ ଟିପ୍ପରକୁ ଉଦ୍ଧାର କରିବା ସହ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଥିଲା । ତେବେ ଗତ କିଛିଦିନ ମଧ୍ୟରେ ବାଂଶପାଣି, କମାରଯୋଡ଼ା ଓ ଯୋଡ଼ାରୁ ୫ଟି ଟିପ୍ପର ଚୋରି ହୋଇଥିବା ବେଳେ, ସେଗୁଡ଼ିକୁ ଉଦ୍ଧାର କରିବା ପାଇଁ ପୁଲିସ ପକ୍ଷରୁ ଛାନ୍‌ଭିନ୍ ଚାଲିଛି।

Leave A Reply

Your email address will not be published.