ପୁରୀରୁ ନିଖୋଜ, ରାମଚଣ୍ଡୀ ମଝି ବେଳାଭୂମିରୁ ଉଦ୍ଧାର ବଂଶୀଧରଙ୍କ ମୃତଦେହ

0 74

ପୁରୀ ୧୮।୦୪ : ପୁଅ ସମ୍ମୁଖରେ ବାପା ସମୁଦ୍ରରେ ଭାସିଯିବା ଘଟଣାରେ ମିଳିଲା ଦୁଃଖଦ ଖବର । ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଅଧୀନ ସଚିନା ଗ୍ରାମର ନିଖୋଜ ବଂଶୀଧର ବେହେରା (୩୫)ଙ୍କ ମୃତଦେହ ମିଳିଛି । ଚନ୍ଦ୍ରଭାଗା ମେରାଇନ୍‌ ଥାନା ଅଧୀନ ବେଲେଶ୍ୱର ଓ ରାମଚଣ୍ଡୀ ମଝି ବେଳାଭୂମିରୁ ତାଙ୍କ ଶବ ଜବତ କରିଛି ପୁଲିସ । ଖବର ଅନୁଯାୟୀ, ଶନିବାର ସକାଳୁ ନିଖୋଜ ହୋଇଥିବା ବଂଶୀଧରଙ୍କୁ ସମ୍ପର୍କୀୟମାନେ ଖୋଜାଖୋଜି କରୁଥିଲେ । ରବିବାର ରାତିରେ ତାଙ୍କ ଶବ ବେଳାଭୂମିରେ ଲାଗିଥିବା ଦେଖିବାକୁ ପାଇଥିଲେ । ଚନ୍ଦ୍ରଭାଗା ମେରାଇନ୍‌ ଥାନା ଆଇଆଇସି ନୀଳିମା ପଟ୍ଟନାୟକ ଓ ତାଙ୍କ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି । ଏନେଇ ସେହି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ସୋମବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି ।

Leave A Reply

Your email address will not be published.