ରାଜ୍ୟରେ ପୁଣି ବଢ଼ିଲା ଯାତ୍ରୀବାହୀ ବସ୍‌ ଭଡ଼ା

0 72

ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା ଯାତ୍ରୀବାହୀ ବସ୍‌ ଭଡ଼ା। ଅଟୋମେଟିକ ମେକାନିଜିମ ଆଧାରରେ ବଢ଼ିଲା ବସ୍‌ ଭଡ଼ା ଭଢ଼ିଛି। ସାଧାରଣ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି। ବସ୍‌ ଭଡ଼ା ବୃଦ୍ଧି ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ନିଷ୍ପତ୍ତି ଅନୁସାରେ ସାଧାରଣ ଓ ଏକ୍ସପ୍ରେସ ଭଡ଼ା ୯୦ରୁ ୯୨ ପଇସାକୁ ବୃଦ୍ଧି ପାଇଛି। ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ପାଇଛି। ସୁପର ପ୍ରିମିୟମ୍‌ ଭଡ଼ା କିମି ପିଛା ୬ ପଇସା ବଢ଼ିଛି।

Leave A Reply

Your email address will not be published.