ଯାତ୍ରୀବାହୀ ବସ୍‌କୁ ପୋଡିଲେ ମାଓବାଦୀ

0 66

ମାଲକାନଗିରି ୨୫`.୪ :  ମାଲକାନଗିରି ଆନ୍ଧ୍ର ସୀମାନ୍ତରେ ମାଓ ହିଂସା । ମାଓବାଦୀମାନେ ଏକ ଯାତ୍ରୀବାହୀ ବସ୍‌କୁ ପୋଡିଦେଇଛନ୍ତି। ଫଳରେ ବସ୍ ଭିତରେ ଶୋଇଥିବା ଦୁଇ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ଚିନ୍ତୁର ଥାନା ଅନ୍ତର୍ଗତ କୋତୁର ଜଙ୍ଗଲ ରାସ୍ତାରେ ୪୦ ରୁ ୫୦ ଜଣ ସଶସ୍ତ୍ର ନକ୍ସଲ ରବିବାର ରାତିରେ ଏହି ହିଂସା କାଣ୍ଡ ଘଟାଇଛନ୍ତି । କେଭିଆର ଟ୍ରାଭେଲ୍ସ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ମାଲକାନଗିରି ଦେଇ ହାଇଦ୍ରାବାଦ ଯାଉଥିଲା । ତେବେ ଗତ କାଲି ନକ୍ସଲ ମାନେ ଦଣ୍ଡକାରଣ୍ୟ ବନ୍ଦ ଡାକରା ଦେଇଥିବା ବେଳେ ରାତିରେ ଏହି ବସ୍‌ଟିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି । ପ୍ରଥମେ ନକ୍ସଲମାନେ ବସ୍‌ଟିକୁ ଅଟକାଇ ଏଥିରେ ଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଅବସ୍ଥାରେ ବାହାରି ଯିବାକୁ କହିଥିଲେ । ତେବେ ବସ୍ ଭିତରେ ଦୁଇ ଜଣ ଯାତ୍ରୀ ଶୋଇଥିବା ବେଳେ ନିଆଁରେ ପୋଡି ସାମାନ୍ୟ ଆହତ ହୋଇଛନ୍ତି । ଆହତ ଦୁଇ ଜଣ ଯାତ୍ରୀ ନବରଙ୍ଗପୁର ଜିଲ୍ଲାର ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ସେମାନଙ୍କୁ ଚିକିତ୍ସା ପାଇଁ ଭଦ୍ରାଚଲାମ ମେଡିକାଲକୁ ପଠାଇଛନ୍ତି ।

Leave A Reply

Your email address will not be published.