୩୩.୭କେଜି ଗଞ୍ଜେଇ ଜବତ, ୨ ଗିରଫ

0 79

ଗଜପତି : ଗଜପତି ଜିଲ୍ଲା ଆର୍. ଉଦୟଗିରିଥାନା ପକ୍ଷରୁ ନୂଆଗଡ ବ୍ଲକ ଅନ୍ତର୍ଗତ ପାରିବେଟା, ପରିମଳ, ଉଦୟପୁର, ଲିବିରିଗୁଡା, ସମ୍ବଲପୁର ଅଞ୍ଚଳରେ ଏସ୍.ଆଇ ଦୁଷ୍ମନ୍ତ ନାୟକଙ୍କ ନେତୃତ୍ବରେ ପେଟ୍ରୋଲିଂ କରୁଥିବା ସମୟରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଗାମର ଜଗନ୍ନାଥ ନାୟକ (୩୦) ଓ ରାମଗିରି ଗ୍ରାମର ଜୀବିତ ମାଳୀଙ୍କର ଏକ ବାଇକ (ଓଡି୨୦ଏ୭୭୬୦)ରୁ ମୋଟ ୩୩.୭ କେଜି ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଛାଡି ଦୌଡି ପଳାଉଥିବା ଅଭିଯୁକ୍ତଦ୍ବୟଙ୍କୁ ଧରି ଆର୍.ଉଦୟଗିରି ତହସିଲଦାର ତଥା ମାଜିଷ୍ଟ୍ରେଟ୍ ନାରାୟଣ ବେହେରାଙ୍କୁ ଅବଗତ କରାଯିବା ସହ ମାମଲା ରୁଜ୍ଜୁ କରାଯାଇଥିବା ଆର୍.ଉଦୟଗିରି ଥାନାଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.