ଗାଁକୁ ନାହିଁ ରାସ୍ତା : ପହଞ୍ଚି ପାରୁନି ସରକାରୀ ଯୋଜନା

0 70

 କଣ୍ଟାବାଞ୍ଜି ୦୬.୦୫, ଡି କେ ନ୍ୟୁଜ୍:   ରାଜ୍ୟ ସରକାର ରାସ୍ତାଘାଟ ନିର୍ମାଣକୁ ଗୁରୁତ୍ଵ ଦେଉଥିବା ବେଳେ ଏବେ ମଧ୍ୟ ଅନେକ ଗାଁକୁ ପକ୍କା ରାସ୍ତା ନାହିଁ । ଏଭଳି ଅନେକ ଜାଗା ରହିଛି  ଯେଉଁଠିକି ସରକାରୀ ଯୋଜନା ଠିକ୍‌ରେ ପହଞ୍ଚି ପାରୁନି । ଅନେକ ଗାଁ ମଧ୍ୟ ଦେଖିବାକୁ ମିଳିଛି ଯେଉଁଠି ରାସ୍ତା ଅଗମ୍ୟ ହୋଇ ରହିଛି । ବଣ , ଜଙ୍ଗଲ ପାହାଡ଼ , ପର୍ବତ ଅତିକ୍ରମ କରି ପଞ୍ଚାୟତ ତଥା ବ୍ଲକକୁ ଅନେକ କିଲୋମିଟର ଦୌଡ଼ିବାକୁ ପଡ଼ୁଛି । ଏହାର ସୁଯୋଗ ନେଇ ଅନେକ ଲୋକ ବେଆଇନ ଭାବେ ପଥର ଖାଦାନ ଏବଂ ଅନେକ ଇଟା ଭାଟି ଚଳାଉଛନ୍ତି  ଯାହାକି ପ୍ରଶାସନର ନଜର ରେ ଆସି ପାରୁନି ।  ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଚଟୁଅନକା ପଞ୍ଚାୟତର ବେହେରେନ୍ସିଲେନ୍ ଗାଁ ।   ଏହି ଗାଁକୁ ଲାଗି ରହିଛି କଣ୍ଟାବାଞ୍ଜି ଏନ୍ଏସି  । ନିର୍ବାଚନ ସମୟରେ  ରାଜନେତାମାନେ ଲୋକଙ୍କ ପାଖକୁ ଯାଇ ଅନେକ ପ୍ରତିଶୃତି ଦେଇ ତାଙ୍କ କାର୍ଯ୍ୟ ହାସଲ କରିନେଲେ କିନ୍ତୁ ନିର୍ବାଚନ ସରିବା ପରେ ପୁଣି ଭୁଲିଗଲେ ଆଗରୁ ଯେମିତି ପରିସ୍ଥିତି ଥିଲା ଆଜିବି ଏହି ଅଞ୍ଚଳର ସମାନ ପରିସ୍ଥିତି । ପ୍ରାୟ ୮ ବର୍ଷ ହେଲା ଗାଁ ଲୋକ ରାସ୍ତା ଖଣ୍ଡିଏ ପାଇଁ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଆନ୍ଦୋଳନ ମଧ୍ୟ କଲେ କିନ୍ତୁ କିଛି ସୁଫଳ ମିଳି ନଥିବାରୁ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ମଧ୍ୟ ଲୋଡ଼ିଥିଲେ । ଉଚ୍ଚ ନ୍ୟାୟାଳୟ ଆଦେଶ ଜାରି ମଧ୍ୟ କଲେ ରାସ୍ତା ନିର୍ମାଣ ପାଇଁ କିନ୍ତୁ ଆଜିଯାଏ ପ୍ରଶାସନ ମାନନୀୟ ଉଚ୍ଚ ନ୍ୟାୟାଳୟ ର ଆଦେଶ କୁ ବେଖାତିର୍ କରି ଚୁପ୍ ବସିଛି ।  ଗାଁ ଦେଇ ପଞ୍ଚାୟତ କିମ୍ବା କଣ୍ଟାବାଞ୍ଜି ଯିବାକୁ ହେଲେ ଏହି ରାସ୍ତା ଉକ୍ତ ରାସ୍ତା ଦେଇ ଲୋକେ ଦୈନନ୍ଦିନ ବିଭିନ୍ନ କାର୍ଯ୍ୟ ପାଇଁ ଯାତାୟତ କରିଥାନ୍ତି । ତେବେ ରାସ୍ତା ସବୁ ମୋରମ ବିଛା କଚ୍ଚା ରାସ୍ତା ଅଟେ ।  ବର୍ଷା ଦିନେ ରାସ୍ତା କାଦୁଅ ହୋଇଯିବା ହେତୁ ରାସ୍ତାରେ ଯିବା ଆସିବା ବହୁତ କଷ୍ଟସାଧ୍ୟ ହୁଏ ପୁଣି ବର୍ଷା ମାସରେ ଅଧିକ ବର୍ଷା ହୋଇଗଲେ  ଗାଁରୁ ବାହାରିବା କଷ୍ଟକର ହୋଇପଡେ । ଗାଁ  ରେ କୌଣସି ରୋଗୀଙ୍କୁ ଗର୍ଭବତୀ ମହିଳାଙ୍କୁ ଚିକିତ୍ସାଳୟ ନେବାକୁ ହେଲେ ଲୋକଙ୍କୁ ଖଟିଆରେ ବୁହି କାଦୁଅ ରାସ୍ତା ଦେଇ ଦୀର୍ଘ ୫ କିମି ଚାଲିବାକୁ ପଡ଼ିଥାଏ  । ଏହାକୁ ନେଇ ଗ୍ରାମବାସୀ କହନ୍ତି ଯେ ଆମେ ଅନେକ ଥର ପଞ୍ଚାୟତ ବ୍ଲକ ଅଫିସ ପଲ୍ଲୀସଭା, ତହସିଲ , ଉପଜିଲ୍ଲାପାଳ, ଜିଲ୍ଲାପାଳ, ବିଧାୟକ, ମନ୍ତ୍ରୀ ସମସ୍ତଙ୍କୁ  ଏହି ରାସ୍ତାକୁ ନେଇ ଅଭିଯୋଗ କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରୁନାହିଁ । ଏହାକୁ ନେଇ  ଆମ୍ବେଦକର ଯୁବକ ସଂଘର ସଭାପତି ଲିମାଇ ଚରଣ ମହତ୍ ଙ୍କୁ ପଚରାଯିବାରୁ ସେ କହିଥିଲେ ଆମେ ଅନେକ ଦିନରୁ ଏହି ରାସ୍ତା ପାଇଁ  ଅନେକ ଥର ସରକାରଙ୍କ ପାଖରେ  ପ୍ରସ୍ତାବ ଦେଇଛୁ , ଉଚ୍ଚ ନ୍ୟାୟାଳୟ ରେ ଏକ ଜନସ୍ବାର୍ଥ ମାମଲା କରି ରାସ୍ତା ତିଆରି କରିବା ପାଇଁ ଆଦେଶ ମଧ୍ୟ ପାଇଛୁ  କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ରାସ୍ତା ତିଆରି  ହୋଇପାରୁନି । ଆଜିର ଆଧୁନିକ ଯୁଗରେ ହଜାର ହଜା କିଲୋମିଟର ରାସ୍ତା ତିଆରି କରାଯାଇଛି ବୋଲି ସରକାର ଦାବି କରୁଥିବା ସମୟରେ କଣ୍ଟାବାଞ୍ଜି ସହରଠୁ ମାତ୍ର ୩ କିମି ଦୂର ଗାଁକୁ ରାସ୍ତା ନ ଥିବା ଦୁଃଖର ବିଷୟ। ଏଥି ପ୍ରତି ପ୍ରଶାସନ ଶୀଘ୍ର ଦୃଷ୍ଟି ଦେଇ ଯୁଦ୍ଧ କାଳୀନ ଭିତ୍ତିରେ ଏହି ରାସ୍ତା କୁ ତିଆରି କରିବା କଥା।

Leave A Reply

Your email address will not be published.