ସ୍ଥଳଭାଗ ଛୁଇଁବନି ସମ୍ଭାବ୍ୟ ବାତ୍ୟା : ଗତି ପଥ ପରିବର୍ତ୍ତନ

0 70

ଭୁବନେଶ୍ୱର ୦୭.୦୫: ଟଳିଲା ବାତ୍ୟା ଭୟ । ସ୍ଥଳ ଭାଗକୁ ଛୁଇଁବ ନାହିଁ ସମ୍ଭାବ୍ୟ ବାତ୍ୟା । କେବଳ ୧୦ ତାରିଖ ସନ୍ଧ୍ୟାରୁ ୧୧ ତାରିଖ ସକାଳ ପର୍ଯ୍ୟନ୍ତ ଓଡିଶା ଉପକୂଳର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏବଂ ଏହି ସମୟ ଭିତରେ ପବନର ବେଗ ୪୦ ରୁ ୪୫ କିମି ପ୍ରତି ଘଣ୍ଟା ରହିବ । ଆଜି ସନ୍ଧ୍ୟାରେ ଏହା ଅବପାତରେ ପରିଣତ ହୋଇ ଆସନ୍ତା କାଲି ବାତ୍ୟାର ରୂପ ନେବ । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଭଳି ଉପକୂଳ ବର୍ତ୍ତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ତେବେ ୧୦ ତାରିଖରେ ଉପକୂଳରୁ ପାଖାପାଖି ୧୫୦ କିମି ଦୂରରୁ ଏହା ନିଜର ଗତିପଥ ପରିବର୍ତ୍ତନ କରିବ ଏବଂ ସମୁଦ୍ର ଭିତରେ ହିଁ ରହିବ । ଯାହାର ପ୍ରଭାବରେ ୧୦ ତାରିଖ ଏବଂ ୧୧ ତାରିଖ ଦୁଇଦିନ ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ୧୦ ତାରିଖ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି । ଆଜି ଅବପାତରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟତା ଆସିବ । ତେବେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି । ୧୦ ତାରିଖ ସନ୍ଧ୍ୟା ପରେ ଗତିପଥ ପରିବର୍ତନ କରିବ ସମ୍ଭାବ୍ୟ ବାତ୍ୟା । ୧୦ ତାରିଖ ସନ୍ଧ୍ୟା ଯାଏଁ ଉତର ପଶ୍ଚିମ ପରେ ଉତ୍ତର-ଉତ୍ତର ପୂର୍ଵ ଦିଗରେ ଗତି କରିବା ସମ୍ଭାବନା । ସମ୍ଭାବ୍ୟ ବାତ୍ୟା ଗତି ପଥ ପରିବର୍ତ୍ତନ କରି ସମୁଦ୍ର ମଧ୍ୟରେ ଦୁର୍ବଳ ହେବ। ଆଗାମୀ ୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ର ଅବପାତ ରେ ରୂପ ନେବା ସମ୍ଭାବନା ।

Leave A Reply

Your email address will not be published.