କାଳିଆ ପଡା ଘାଟିରେ ଡକାୟତ ସହ ଗୁଳି ଚାଳନା

0 69

ଡ଼୍ରାଇଭରଙ୍କ ଗୋଡରେ ବାଜିଛି ଗୁଳି ବାଜି ଗୁରୁତର

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଦୁଡୁକାବାଲ ପଞ୍ଚାୟତ ଅନ୍ତର୍ଗତ କାଳିଆ ପଡା ଘାଟିରେ  ଆଜି ସକାଳୁ  3 ବେଳେ ବନ୍ଧୁକ ମୁନରେ  ଲୁଟ ହୋଇଛି। ଉତ୍କଳ ଆଲୁମିନା କମ୍ପାନୀ ରୁ ଆଲୁମିନା ପାଉଡର ବଝେଇ କରି  ବିଶାଖାପାଟଣା ନେଇ ଯାଉଥିବା ବେଳେ କାଳିଆ ପଡା ଘାଟି ନିକଟରେ ପୂର୍ବ ରୁ ଏକ ଗାଡି  ଖରାପ ହୋଇ ରହିଥିଲା ସେହି ଗାଡ଼ିକୁ ଦେଖି କିଛି ଗାଡି  ଅଟକି ରହିଥିଲା   ସେହି ଗାଡ଼ିକୁ ସଜାଡି ଵା ପାଇଁ ଚେଷ୍ଟା କରିଥିଲେ କିନ୍ତୁ କୋୖଣସି ସୁଫଳ ମିଳିନାହିଁ ଯାହା ଫଳରେ ରାତ୍ରୀ ତମାମ ସେହି ଘାଟି ନିକଟରେ ଅଟକି ରହିଥିଲା  । ସେହି ସମୟରେ 5 ରୁ 6 ଜଣ ଡକାୟତ  ଆସି ଅଟକି ଥିବା ଗାଡି  ପାଖରେ   ଲାଇଟ୍ ମାରି ଦେଖୁ ଥିବସମୟରେ  କବାଟ ଭାଙ୍ଗି ଡ୍ରାଇଭର କୁ ତଳକୁ  ଟାଣିଆଣି ଥିଲେ ଏହା ପରେ ତାଙ୍କୁ ଭିତରେ ଠେଲା ପେଲା କରିଥିଲେ ବିରୋଧ କରିବାରୁ ଡ୍ରାଇଭରକୁ ରିଭଲବର ରେ ଗୁଳିଚାଳନା କରିଥିଲେ ଯାହା ଫଳରେ ଗୋଡରେ ଗୁରୁତର ଆଘାତ ଲାଗିଛି ଗୁଳି ବାଜିବାପରେ  ସେ ଡରିକି ନିକଟରେ ଥିବା ଜଙ୍ଗଲକୁ ଗୋଡ଼ ଘୋଷାଡି  ଘୋଷାଡି ଜଙ୍ଗଲ ଭିତରେ ଚାଲି ଯାଇଥିଲେ  । ଗୁରୁତର ଆଘାତ ଲାଗିଥିବା ବ୍ୟାକ୍ତି ଜଣକ ହେଉଛନ୍ତି ରମେଶ ଘୋଡେଇ ତାଙ୍କ ଘର ନୟାଗଡା ଜିଲ୍ଲାରେ।ଏହା ପରେ ସେ   ବିଶାଖାପାଟଣା ସ୍ଥିତ ମାଲ ପରିବହନ ସଂସ୍ଥାକୁ ଜଣାଇଥିଲେ। ଏହା ପରେ ତାଙ୍କୁ ଟିକିରି ସ୍ଥିତ  ଉଷାପଡା ଉକ୍ରଳ ଆଲୁମିନା ମେଡିକାଲ କୁ ନେଇ ତାଙ୍କ  ଚିକିତ୍ସା କରାଉଥିବା  ଦେଖିବାକୁ ମିଳିଛି ।   ଘଟଣା ସ୍ଥଳରେ ଟିକିରି ପୋଲିସ ପହଞ୍ଚି ଘଟଣା ତଦନ୍ତ କରୁଥିବା ଦେଖିବାକୁ କୁ ମିଳିଛି।ମାଲ ପରିବହନ କରୁଥିବା ସଂସ୍ଥା ର ଅଧିକାରୀ ମାନେ ପହଞ୍ଚି ଆଲୋଚନା କରୁଛନ୍ତି।ଏବିଷୟରେ ମାଲ ପରିବହନ କରୁଥିବା ସଂସ୍ଥାର ଏସ୍ କେ ମିଶ୍ରଙ୍କୁ ପଚାରିବାରୁ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ।ଟିକିରି ଅଞ୍ଚଳରେ ପ୍ରଥମ ଅପରାଧିକ ଗୁଳି ଚାଳନ ହୋଈଥିବାରୁ ଲୋକଙ୍କ ମୋନରେ କକୁଆ ଭୟ ସୃଷ୍ଟି ହୋଇଛି।ଟିକିରି ନିକଟରେ ଉତ୍କଳ ଆଲୁମିନା କମ୍ପାନୀ ଥିବାରୁ ଦୈନିକ ଶହଶହ ଗାଡି ମାଲ ପରିବହନ କରୁଛି।କାଳିଆପଡା ଘାଟିରେ ନିଛାଟିଆ ହୋଇଥିବାରୁ ପ୍ରାୟ ସମୟରେ ଛୋଟ ବଡ ଡକାୟତି ଓ ଅପରାଧିକ ଘୋଟଣା ଘଟୁଛି।ଏଠାରେ ନିୟମିତ ପୋଲିସ ପେଟ୍ରଲିଙ୍ଗ କରିବା ପାଇଁ ଅଞ୍ଚଳ ବାସୀ ଦାବିକରିଛନ୍ତି।

Leave A Reply

Your email address will not be published.