ଚିଲିକାରେ ବଜ୍ରାଘାତ : ଜଣେ ମୃତ

0 74

ଟାଙ୍ଗି ୨୨।୦୫ : ବଜ୍ରାଘାତରେ ମସ୍ତ୍ରଜୀବୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ମାଛ ଧରୁଥିବା ବେଳେ ଏପରି ଘଟିଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ଚିଲିକାରେ ମାଛ ଧରୁଥିବା ବେଳେ ବଜ୍ରାଘାତ ମାରିଥିଲା । ଯାହାଫଳରେ ଜଣେ ମସ୍ତ୍ରଜୀବୀଙ୍କର ମୃତ୍ୟୁ ହୋଇଛି । ମୃତକ ଚିଲିକା ବ୍ଲକ ସାନ- ନଈରୀ ଗାଁର ନାରାୟଣ ବେହେରା ବୋଲି ଜଣାପଡିଛି । ସେହିପରି ଦୁଇ ଭାଇ ଚିଲିକା କୂଳ ନଈରୀ ପେଣ୍ଠ ନିକଟରେ ମାଛ କ୍ରୟ କରିବା ପାଇଁ ଡଙ୍ଗାକୁ ଅପେକ୍ଷା କରିଥିବା ବେଳେ ବଜ୍ରାଘାତ ଶିକାର ହୋଇଛନ୍ତି । ଆହତ ଦୁହେଁ ହେଉଛନ୍ତି ନିକଟସ୍ଥ ହରିକୁଣ୍ଡ-ବରଡି ଗାଁର ନବୀନ ବରାଳ ଓ ବିପିନ ବରାଳ । ସେମାନଙ୍କୁ  ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.