ଗଛରେ ପିଟିଲା ବୋଲେରୋ: ବରଯାତ୍ରୀ  ହେଲେ ସ୍ଵର୍ଗଯାତ୍ରୀ

0 72

ଘସିପୁର। ୨୩ମଇ: କେନ୍ଦୁଝର ଜିଲ୍ଲା ସିମାନ୍ତ ନଂ୫୩ ରାଜ୍ୟ ରାଜପଥ ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ତରାମରା ନାଳ ପୋଲ ନିକଟରେ ଏକ ବରଯାତ୍ରୀ ନେଇ ଫେରୁଥିବା ବୋଲେରୋ ଗାଡିଟି ରାସ୍ତାକଡ ଗଛରେ ପିଟି ହୋଈ ଯିବାରୁ ଘଟଣା ସ୍ଥଳରେ ଦୁଇଜଣ ଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଡି ଡ୍ରାଇଭର ଗୁରୁତର ଥିବାର ଜଣା ଯାଇଛି। ଅନ୍ୟ କେତେକ ଯାତ୍ରୀ ଆହତ ହୋଇଥିବାର ଜଣା ଯାଇଛି। ଦୁର୍ଘଟଣା ପରେ ସମସ୍ତଙ୍କୁ ରାତି ପ୍ରାୟ୩ଟା ବେଳେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୨ ଜଣକୁ ମୃତ ଘୋଷଣା କରିଥିଲେ। ମୃତକ ୨ ଜଣ ହେଲେ ଠାକୁରମୁଣ୍ଡା ବ୍ଲକ ଧାତିକିଡ଼ିହା ଗ୍ରାମପଞ୍ଚାୟତ ଗୋଡ଼ଭଙ୍ଗା ଗ୍ରାମର କ୍ଷେତ୍ରବାସୀ ମହାରଣା (୩୫),ଓ କୁଳମଣି ମହାରଣା (୫୫) ବୋଲି ଜଣାଯାଇଛି। ଗୁରୁତର ଥିବା ବୋଲେରୋ ଡ୍ରାଇଭର ସାତକୋଶିଆ ଗ୍ରାମର ପ୍ରଶାନ୍ତ କୁମାର ପତି ଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ ଗୋଡ଼ଭଙ୍ଗା ଗ୍ରାମରୁ ବର ନେଇ ବରଯାତ୍ରୀ ଦଳ ଶୁକୃଳି ବ୍ଲକ ଅନ୍ତର୍ଗତ ଭାଲିଆ ସାହିକୁ ଯାଇ ବାହାଘର ସାରି ବରଯାତ୍ରୀ ଦଳ ବୋଲେରୋ ଗାଡି ନଂ (ଓଡ଼ି ୦୨ ବିଡ଼ି ୬୨୭୨) ଯୋଗେ ଗୋଡ଼ଭଙ୍ଗା ଫେରୁଥିବା ସମୟରେ ରାତି ପ୍ରାୟ ୨ ଟା ସମୟରେ ଗଛରେ ପିଟି ହୋଈ ଗାଡି ଭିତରେ ଚାପି ହୋଇ ଜଣେ ଯାତ୍ରୀ ରହି ଯାଇଥିଲେ।ଖବର ପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଚାପି ହୋଇ ରହି ଯାଇଥିବା ବ୍ୟକ୍ତି ଙ୍କୁ ଉଦ୍ଧାର ସହ ସମସ୍ତ ଯାତ୍ରୀ ଙ୍କୁ ଉଦ୍ଧାର କରି ସହ ଠାକୁରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଣି ଭର୍ତ୍ତି କରିଥିଲେ। ତେବେ ଠାକୁରମୁଣ୍ଡା ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପଠାଇଥିବା ଜଣାପଡିଛି।ହିନ୍ଦୁସ୍ଥାନ ସମାଚାର ରତିକାନ୍ତ

Leave A Reply

Your email address will not be published.