କାଶୀନଗର ଅଞ୍ଚଳରେ ପୁଣି ୪ ଟିକିଆ ହାତୀପଲ ଆତଙ୍କ 

0 76

 

ପାରଳାଖେମୁଣ୍ଡି ::  ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅଞ୍ଚଳରେ ପୁଣି ୪ ଟିକିଆ ହାତୀପଲ ଆତଙ୍କ ଦେଖାଦେଇଛି । ଏହି ହାତୀପଲ ଯୋଗୁଁ କେତେକ ଅଞ୍ଚଳରେ ବିଭିନ୍ନ ଫସଲ ମଧ୍ୟ ହୋଇଛି । କାଶୀନଗର ବ୍ଲକର ବୁଦରା ପଞ୍ଚାୟତ ଅନ୍ତର୍ଗତ ଇଦୁଡି ଗ୍ରାମରେ ଏହି ୪ଟିକିଆ ହାତୀପଲ ଦ୍ୱାରା କଦଳୀ ଚାଷ, ଆଖୁ ଚାଷ ଓ ପନିପରିବା ଚାଷ ନଷ୍ଟ ହୋଇଛି । ଏହି ହାତୀ ପଲ କାଶୀନଗର ଠାରେ ଥିବା ବଂଶଧାରା ନଦୀର ଅପରପାଶ୍ୱର୍ର ଅଭିଲାମା ଗ୍ରାମର ଆମ୍ବ ତୋଟାରେ ଆମ୍ବଗଛର ଡାଳକୁ ଭାଙ୍ଗି ଖାଉଥିବା ବେଳେ ସେଠାରେ ଆଶ୍ରୟ ନେଇଛନ୍ତି । ସନ୍ଧ୍ୟା ସମୟରେ ବଂଶଧାରା ନଦୀକୁ ପାଣି ପିଇବା ପାଇଁ ଆସିବା ସହ ନକଟରେଥିବା ବିଭିନ୍ନ ଫସଲକୁ ରାତ୍ର ସମୟରେ ଖାଇଯାଇଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ତୁରନ୍ତ ଏ ନେି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ୬ ମାସ ହେଲା ଆନ୍ଧ୍ରର ଏକ ହାତୀ ପଲ କାଶୀନଗର ସହର ନିକଟ ବଂଶଧାରା ନଦୀ ଅପର ପାଖରେ ବିଭିନ୍ନ ଗ୍ରାମ ତଥା ତୋଟାରେ ଆଶ୍ରୟ ନେଇ ନା ନା ଫସଲ ଖାଇ ଉତ୍ପାତ କରୁଥିଲେ । ତଥାପି ଆନ୍ଧ୍ରର ବନ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆ ଗଲା ନାହିଁ । ଯାହା ଫଳରେ ଖାଦ୍ୟ ଅନ୍ୱେଷଣରେ ଏହି ହାତୀ ପଲ ଏବେ ନଦୀ ପାର ହୋଇ ଏବେ ସହରାଭିମୁଖି ହୋଇଛନ୍ତି । କାଶୀନଗର ସହର  ଠାରୁ ୨ କିମି ଦୂର ଇଦୁଡୀ ତୋଟା ରେ ଆଶ୍ରୟ ନେଇଛନ୍ତି । ଓଡ଼ିଶା ଚାଷୀଙ୍କ ଆମ୍ବ ଓ କଦଳୀ ବଗିଚା ଧ୍ଵଂସ କରୁଛନ୍ତି । କେତେବେଳେ ଯେ ଏମାନେ ସହର ଅଭିମୁଖ ହୋଇ କ’ଣ କରିବେ, ବର୍ତ୍ତମାନ ଚାଷୀ ଓ ସାଧାରଣ ଲୋକ ଭୟଭୀତ ହୋଇ ରହିଛନ୍ତି । ଏଣୁ ଓଡ଼ିଶା ବନ ବିଭାଗ ଫରେଷ୍ଟର ଧର୍ମ ରାଜ ମିଶାଲଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ହାତୀ ଘେଉଡ଼ିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

 

Leave A Reply

Your email address will not be published.