ଡାଲି କଳଙ୍କ ଲିଭିବକୁ ଲାଗିଗଲା ୧୮ ବର୍ଷ ,ଦୀର୍ଘ ୧୧ବର୍ଷ ପରେ ନବୀନଙ୍କ କ୍ୟାବିନେଟରେ ପୁଣି ପ୍ରମିଳା ||

0 48

୨୦୦୪ରେ ପ୍ରଥମଥର ପାଇଁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ମହିଳା ଓ ଶିଶୁ ବିକାଶର ଦାୟିତ୍ୱ ତୁଲାଇଥିଲେ । ହେଲେ ଦଳରେ ଦୁର୍ନୀତିର ଛିଟା ଲାଗିବା ପରେ ଚାଲିଯାଇଥିଲା ମନ୍ତ୍ରୀ ପଦ | ୨୦୧୧ରେ ନବୀନଙ୍କ କ୍ୟାବିନେଟରୁ ଠିକ ୫ତାରିଖରେ ୭ଶହ କୋଟି ଟଙ୍କାର ଡାଲି ଦୁର୍ନୀତି ଅଭିଯୋଗରେ ପ୍ରମିଳା ଇସ୍ତଫା ଦେଇଥିଲେ |ପିଲାଙ୍କ ମଧ୍ୟାନ ଭୋଜନ ଓ ଗର୍ଭବତୀ ମହିଳାଙ୍କ ପାଇଁ ଉଚ୍ଚିଷ୍ଟ ସପ୍ଲିମେଟାରୀ ନ୍ୟୂଟ୍ରେସନ ପ୍ରୋଗ୍ରାମରେ ଆସିଥିବା ଡାଲି କିଣାରେ ଘୋର ଅନିୟମିତା ସାଙ୍ଗକୁ ନିମ୍ନମାନର ଡାଲି କିଣା ହୋଇଥିବା କଥା ଭିଜିଲାନ୍ସ ବି ନିଜର ଅନ୍ତରୀଣ ରିପୋର୍ଟ ଦେଇଥିଲା ପ୍ରମିଳାଙ୍କ ଭାଇ କ୍ଷୀରୋଦ ମଲ୍ଲିକ । ଯିଏ ସ୍ୱଚ୍ଛସେବୀ ସଙ୍ଗଠନ ଚଳାଉଥିଲେ । ସେ ବି ପ୍ରମିଳାଙ୍କ ଇସ୍ତଫା ଆଗରୁ ରାଜ୍ୟସ୍ତରୀୟ ୨୦ ଜଣିଆ ଏମଡିଏମ ମନିଟରିଙ୍ଗ କମିଟୀରୁ ଇସ୍ତଫା ଦେଇସାରିଥିଲା ।ସେତେବେଳେ ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଥାନ୍ତି ଚନ୍ଦ୍ରଶେଖର ସାହୁ ଯେ କି ପ୍ରମିଳାଙ୍କ ଇସ୍ତଫାରେ ସନ୍ତୁଷ୍ଟ ହୋଇନଥିଲେ । ଏହାର ସିବିଆଇ ତଦନ୍ତ ଦାବି କରିଥିଲେ ଚନ୍ଦ୍ର ଶେଖର ସାହୁ ଓ ଲୁଲୁ ମହାପାତ୍ର । ପ୍ରମିଳା ଆଉ ଏହି ଦୁର୍ନୀତିରେ ଲିପ୍ତ ସମସ୍ତଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେବା ଦରକାର ବୋଲି ଦାବି କରିଥିଲେ ବିଜୟ ମହାପାତ୍ର । ସେଦିନ ଥିଲା ୫ ତାରିଖ ଆଉ ବାର ଥିଲା ଶନିବାର, ଶନିବାରରେ ଶନିଦଶା ପଡିଥିଲା ଯେମିତି ପ୍ରମିଳାଙ୍କ ଉପରେ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ଏଥରର ୫ ତାରିଖ ରବିବାର ଚର୍ଚ୍ଚା ହେଉଛି ଶନିଦଶାକୁ ସୂର୍ଯ୍ୟ ପୂଜା ଖଣ୍ଡନ କରିଦେଲା । ଦେଖିବାକୁ ବାକୁ ରହିଲା ନୂଆ ମନ୍ତ୍ରୀ ପଦ ରେ କେତେ ସଚୋଟ ତା ଦେଖାଉଛନ୍ତି |

Leave A Reply

Your email address will not be published.