ଦିଲ୍ଲୀ ହାଇକୋର୍ଟ ଙ୍କ ମାସ୍କ କଟକଣା ||

0 80

ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ କରିଲେ DGCA । ବିମାନ ଯାତ୍ରୀଙ୍କ ପାଇଁ କୋଭିଡ୍ ନିୟମ କଡ଼ାକଡ଼ି କରିଛି DGCA ।ବିମାନ ଯାତ୍ରା ସମୟ ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କେବଳ ବିଶେଷ କ୍ଷେତ୍ରରେ ମାସ୍କ ଖୋଲିବା ଅନୁମତି ମିଳିବ । ସବୁଠାରୁ ବଡ଼ କଥା ହେଲା ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ନୋ ଫ୍ଲାଏ ଲିଷ୍ଟରେ ରଖାଯିବାକୁ ଘୋଷଣା କରାଯାଇଛି ।ପୁଣି ଦେଶରେ କଡ଼ ଲେଉଟାଇଲାଣି ମହାମାରୀ କରୋନା । ଗଲା କିଛି ଦିନ ହେଲା ଲଗାତାର ଭାବେ ଦେଶରେ କରୋନା ଗ୍ରାଫ୍ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସାରା ଦେଶରେ ପାଖାପାଖି ୩୦ ହଜାର ଆକ୍ଟିଭ୍ କେସ୍‌ ରହିଛି । କରୋନାକୁ ମାତ ଦେବାକୁ ଦେଶରେ ଟିକାକରଣ ଜାରି ରହିଛି । ତେବେ ମେ ପ୍ରଥମ ସପ୍ତାହ ପରେ ଦୈନିକ ସଂକ୍ରମଣ ହାର ଖସି ଖସି ଆସୁଥିଲାବେଳେ ଜୁନ୍ ମାସ ଆରମ୍ଭରୁ ପୁଣି ବଢ଼ି ଚାଲିଛି । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ DGCA ଏହି ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.