ରଜରେ ଓଡ଼ିଶା ଛୁଇଁବ ମୌସୁମୀ

0 67

ଭୁବନେଶ୍ୱର, ୧୧ା୬:ଖୁବ୍‌ଶୀଘ୍ର ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି । ରଜରେ ଭିଜିବ ସାରା ଓଡ଼ିଶା । ୪ରୁ ୫ ଦିନ ଭିତରେ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୪ରୁ ୫ ଦିନ ଭିତରେ ଦକ୍ଷିଣପଶ୍ଚିମ ମୌସୁମୀବାୟୁ ଓଡ଼ିଶା ଛୁଇଁବ । ଏଥିପାଇଁ ପାଗ ଅନୁକୂଳ ରହିଛି । ଗତ କିଛିଦିନଧରି ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳିଗୁଳିରେ ରାଜ୍ୟବାସୀ ଛଟପଟ ହେଉଥିଲେ । ମାତ୍ର ଗତକାଲିଠାରୁ ରାଜ୍ୟରେ ଆକାଶ ମେଘାଚ୍ଛନ୍ନ ଥିବାବେଳେ ଆଜି ବି ପାଗ କାଉଁଳିଆ ରହିଛି । ସୂଚନାଯୋଗ୍ୟ, ୧୩ ତାରିଖ ପୂର୍ବରୁ ମୌସୁମୀ ଓଡ଼ିଶା ଆସିବାର ସମ୍ଭାବନା ନାହିଁ ବୋଲି ଦୁଇ ଦିନ ପୂର୍ବରୁ ଆଇଏମ୍‌ଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି କହିଥିଲେ । ସେ କହିଥିଲେ, ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳକୁ ମୌସୁମୀ ଛୁଇଁଲାଣି । ଦକ୍ଷିଣ ଭାରତରେ ବି ମୌସୁମୀର ଅଗ୍ରଗତି ଉତ୍ସାହଜନକ ରହିଛି । ଦକ୍ଷିଣ ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶର କିଛି ଅଞ୍ଚଳରେ ୫ ଦିନ ଭିତରେ ମୌସୁମୀ ଛୁଇଁବ ।

Leave A Reply

Your email address will not be published.